ନିରାକାରପୁର,୦୭/୦୩/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ତରଫରୁ ଆଜି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ,ନିରାକାରପୁର, ନରଣଗଡ଼ ଶାଖା କର୍ମଚାରୀମାନଙ୍କ ଦ୍ୱାରା ଋଣ ପରିଶୋଧ କରିବା ପାଇଁ ଏକ ସଚେତନତା ରାଲି କରାଯାଇଛି । କର୍ମଚାରୀମାନେ ବାଇକରେ ଫ୍ଲାକାର୍ଡ଼ ଲଗାଇ ଗାଁ ଗାଁ ବୁଲି ଠିକ ସମୟରେ ଋଣ ପରିଶୋଧ କରିବା ସହ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଏକ କାଳୀନ ଋଣ ପରିଶୋଧ କରିବା ସୁବିଧା ନେବା ପାଇଁ ଋଣ ନେଇଥିବା ଗ୍ରାହକମାନଙ୍କୁ ବୁଝାଇଥିଲେ । ଆଜି ରାଲି ନିରାକାରପୁର, ଜଙ୍କିଆ, ଓଳସିଂହ, ନରଣଗଡ଼ ପ୍ରମୁଖ ଗ୍ରାମ ପରିକ୍ରମା କରିଥିଲା । ଆଜିର ରାଲିରେ ଆଂଚଳିକ ଶାଖା ସହ ପ୍ରବନ୍ଧକ ଦେବାଶିଷ ମିଶ୍ର, ଅଧିକାରୀ ସମୀର ନାୟକ, ବସନ୍ତ ସାହୁ, ବିଜୟ କୁମାର ପଟ୍ଟନାୟକ, ଭବାନୀ ଶଙ୍କର ବେହେରା ପ୍ରମୁଖଙ୍କ ସମେତ ବହୁ କର୍ମଚାରୀ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର