Saturday , April 1 2023
Breaking News
Home / ବିଶେଷ / ଆନ୍ତର୍ଜାତିକ ମହିଳା ଦିବସ : କୋଭିଡ଼୍ ପରବର୍ତୀ ବିଶ୍ୱରେ ମହିଳା ନେତୃତ୍ୱର ଅୟମାରମ୍ଭ ହେବ

ଆନ୍ତର୍ଜାତିକ ମହିଳା ଦିବସ : କୋଭିଡ଼୍ ପରବର୍ତୀ ବିଶ୍ୱରେ ମହିଳା ନେତୃତ୍ୱର ଅୟମାରମ୍ଭ ହେବ

ବ୍ରହ୍ମପୁର, ୦୭/୦୩/୨୦୨୧(ଓଡ଼ିଶା ସମାଚାର)- ମହିଳାମାନେ ସଦାସର୍ବଦା ମଣିଷ ସମାଜର ମଙ୍ଗଳକାରିତାକୁ ଦୃଷ୍ଟିରେ ରଖି ନିଜ ଜୀବଦ୍ଧଶାରେ ଏକ ଉଦାହରଣ ରଖିଥାନ୍ତି ।ମହିଳା ବା ମାତୃଜାତି ସର୍ବଦା ପୂଜନୀୟା । ମା’ର କେହି ତୁଳନା ନାହିଁ । କୋଭିଡ଼୍ ପରବର୍ତୀ ବିଶ୍ୱର ନେତୃତ୍ୱ ନେବାକୁ ମହିଳାମାନେ ସଦାତତ୍ପର ହୋଇ ଉଠିଲେଣି ବୋଲି ଆଜି ସ୍ଥାନୀୟ ମେଡ଼ିକାଲକଲେଜ ପରିସର ନୂତନ ଅଡ଼ିଟୋରିୟମଠାରେ ୱାନ ଷ୍ଟେପ ସେଂଟର ‘ସଖୀ’ଦ୍ୱାରା ଆୟୋଜିତ ବିଶ୍ୱ ମହିଳା ଦିବସ ଉତ୍ସବକୁ ଉଦଘାଟନ କରି ମାନ୍ୟବର ଅତିଥିମାନେ ପ୍ରୋକ୍ତ ମନ୍ତବ୍ୟ ପ୍ରଦାନ କରିଛନ୍ତି ।ଜିଲ୍ଳା ସମାଜମଙ୍ଗଳ ଅଧିକାରୀ ସୁରେଖା ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଥମ ଦିବସର ଉତ୍ସବକୁ ଗଞ୍ଜାମ ଜିଲ୍ଳାର ଅତିରିକ୍ତ ଜିଲ୍ଲ୍ାପାଳ କବିନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥିଭାବେ ଜିଲ୍ଳା ସହରାଂଚଳ ପ୍ରକଳ୍ପ ନିର୍ଦ୍ଧେଶକ ସୁଦାମ ଚରଣ ମଣ୍ଡଳ, ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଜିଲ୍ଳା ମହିଳା ସୁରକ୍ଷା ଅଧିକାରୀ ନିହାରବାଳା ସାହୁ , ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସାଧନା ଶରଣ ଦାସ, ଆକ୍ସନ ଏଡ଼୍ ର ପ୍ରତିନିଧି ଦେବବ୍ରତ ମାହୁନ୍ତ, ଆଇଏସଆରଡ଼ି ର ନିର୍ଦ୍ଧେଶକ ସୁଧୀର ସାବତ, ମହେଶ୍ୱର ବରାଡ଼, ଉଦୟ ନାଥ ନାୟକ , ସବିତା ସାହୁକାର, ରାମେଶ୍ୱରୀ ପ୍ରମୁଖ ଯୋଗଦାନ କରି ଚଳିତ ବର୍ଷର ବିଶ୍ୱ ମହିଳା ଦିବସର ବାର୍ତା କୁ ସଗର୍ବେ ପ୍ରମାଣିତ କରାଇବାର ସମୟ ଉପନୀତ ହୋଇଥିବା ବ୍ୟକ୍ତ କରିଥିଲେ । ସମସ୍ତ ଗୁଣର ଅଧିକାରୀହୋଇ ମଧ୍ୟ କିଛି ଦେଶ ଏବଂ ଆମ ଦେଶର ଅନେକ ରାଜ୍ୟରେ ମହିଳାମାନେ ଘରକୋଣରେ ହିଁ ରହିଥିବା ଦେଖିବାକୁ ମିଳୁଛି । ବିଭିନ୍ନ ରାଜ୍ୟସରକାର ଏବଂ ସର୍ବୋପରି କେନ୍ଦ୍ର ସରକାର ମହିଳାମାନଙ୍କ ଉତ୍ଥାନ ସକାଶେ ବିବିଧ ଯୋଜନା ପ୍ରଣୟନ କରି ଆସୁଥିଲେ ହେଁ ମହିଳାମାନେସମାଜର ମୁଖ୍ୟସ୍ରୋତକୁ ଶତପ୍ରତିଶତ ମାତ୍ରାରେ ପହଂଚି ପାରୁନଥିବା ଉଦବେଗର ବିଷୟ ବୋଲି ଚିନ୍ତାବ୍ୟକ୍ତ କରାଯାଇଥିଲା । ଆଜି ବିଶ୍ୱର୨୨ଟି ଦେଶରେ ମୁଖିଆ ଭାବେ ମହିଳାମାନେ ପ୍ରତିନିଧିତ୍ୱ କରୁଥିବାବେଳେ ଦେଶର ସୁରକ୍ଷାରେ ୨୨ ପ୍ରତିଶତ ମହିଳା ଅର୍ଦ୍ଧସାମରିକ ବଳରେ ଯୋଗ ଦେଇଛନ୍ତି ।ଆମେ ଆମ କଥନ, ଚଳଣୀ, ଶୈଳୀ, ଆଚାର, ବ୍ୟବହାର ଇତ୍ୟାଦି ସବୁଥିରେ ମହିଳାଙ୍କୁ ସମାନତାର ସୁଯୋଗ ଦେବାକୁ ଆଗଭରହେବାକୁ ପଡ଼ିବ ଏବଂ ସମସ୍ତେ ମହିଳାଙ୍କୁ ସମାନତାର ସ୍ତରକୁ ଅଣାଇବାରେ ଶପଥ ମଧ୍ୟ ନେବା ଶ୍ରେୟସ୍କର ବୋଲି ନିର୍ବିଶେଷରେ ମତ ପ୍ରକାଶ ପାଇଥିଲା । ପୂର୍ବାହ୍ନରେ ସଖୀ, ଆଏସଆରଡ଼ି, କଳାଞ୍ଜଳି ଆର୍ଟିଷ୍ଟ୍ରି ଏବଂ ଆଦର୍ଶ ମହିଳା ସଙ୍ଗଠନ ତରଫରୁ ମିଳିତ ଭାବେ ମହିଳାଙ୍କ ମଧ୍ୟରେ ବିବିଧପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ସଖୀର କେନ୍ଦ୍ରୀୟ ପ୍ରଶାସିକା ମହାଶ୍ୱେତା ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.