Tuesday , March 21 2023
Breaking News
Home / ସ୍ୱାସ୍ଥ୍ୟ / ଆଉ ୭୦ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ

ଆଉ ୭୦ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୦୭/୦୩/୨୦୨୧(ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୭୦ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୧ ଜଣ ସଙ୍ଗାୀରଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୨୯ ଜଣ ସ୍ଥାନୀୟ ବାସିନ୍ଦା । ସେମାନଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୧ଜଣ, ବାଲେଶ୍ୱର ଜିଲ୍ଲାରୁ ୬ଜଣ, ବରଗଡ଼ ଜିଲ୍ଲାରୁ ଜଣେ, କଟକ ଜିଲ୍ଲାରୁ ୩ଜଣ, ଦେଓଗଡ଼ ଜିଲ୍ଲାରୁ ୨ଜଣ, ଢେଙ୍କାନାଳ ଜିଲ୍ଲାରୁ ୨ଜଣ, ଯାଜପୁର ଜିଲ୍ଲାରୁ ୪ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨ଜଣ, କେନ୍ଦୁଝର ଜିଲ୍ଲାରୁ ଜଣେ, ଖୋର୍ଦ୍ଧା ଜିଲ୍ଲାରୁ ୧୬ଜଣ, ପୁରୀ ଜିଲ୍ଲାରୁ ଜଣେ, ରାୟଗଡ଼ା ଜିଲ୍ଲାରୁ ୨ଜଣ, ସମ୍ବଲପୁର ଜିଲ୍ଲାରୁ ୩ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୨ଜଣ, ଷ୍ଟେଟ୍ ପୁଲ୍ରୁ ୪ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୭୭୪୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୩୭୭୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୩୪୯୯୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୯୧୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୩ ଜଣ କରୋନା ଆକ୍ରାନ୍ତ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି । ଆଉ ୭୮୪ ଜଣ ସକ୍ରୀୟ ଚିକିତ୍ସାଧିନ ରହିଥିବା ଜଣାଯାଇଛି । ଏବେ ସୁଦ୍ଧା ରାଜ୍ୟରେ ୮୪୭୨୨୩୦ଟି ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.