ଗରଦପୁର, ୦୬/୦୩/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ର ବିଶିଷ୍ଟ ସମାଜସେବୀ ସ୍ୱର୍ଗତ୍ ବୈଷ୍ଣବ ଚରଣ ନାୟକଙ୍କ ୮୨ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କୋରୁଆ ସତ୍ସଙ୍ଗ ମନ୍ଦିର ନିକଟରେ ଥିବା ତାଙ୍କର ପୂର୍ଣାବୟବ ପ୍ରତିମୂର୍ତିରେ ବିଶିଷ୍ଟ ବ୍ୟକ୍ତିମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । କୋଭିଡ୍ ଯୋଗୁଁ ନିରାଡମ୍ବର ଭାବେ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ପ୍ରତିମୂର୍ତି ପାଖରେ ଧୂପ, ଦୀପ, ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଜୟନ୍ତୀ ଉତ୍ସବରେ ମହାକାଳପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ନଟବର କାନୁନ୍ଗୋ, ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡର ପ୍ରାକ୍ତନ ସଦସ୍ୟ ବିପିନ୍ ବିହାରୀ ବାରିକ, ପୂର୍ବତନ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଶିଶିର କୁମାର ରାଉତରାୟ, ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ ଜେନା, ପ୍ରାକ୍ତନ ବ୍ଲକ୍ ଅଧ୍ୟକ୍ଷ ବାସୁଦେବ ବେହେରା, ପ୍ରାକ୍ତନ ପ୍ରଧାନଶିକ୍ଷକ ମଦନ ମୋହନ ସାମଲ, ପ୍ରାକ୍ତନ ଶିକ୍ଷକ ନାରାୟଣ ମିଶ୍ର, ଇଂ. ବଂଶୀଧର ସାମଲ, କେନ୍ଦ୍ରାପଡା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି, ଅମୀୟ ପରିଜା, ବିଭୁପ୍ରସାଦ ସାମନ୍ତରାୟ, ପ୍ରକୃତିବନ୍ଧୁ ଦ୍ୱାରିକାନାଥ ସେନାପତି, ଡାକ୍ତର ପ୍ରମୋଦ କୁମାର ଲେଙ୍କା, ବିଚିତ୍ର ମୋହନ ପଟ୍ଟନାୟକ, ଧିରେନ୍ଦ୍ର ମିଶ୍ର, ଦୟାନିଧି ଜେନା, ତଳକୁସୁମା ପଂଚାୟତର ପୂର୍ବତନ ସମିତି ସଭ୍ୟ ପ୍ରହଲ୍ଲାଦ ସାହୁ, ଗରଦପୁର ବ୍ଲକ୍ କଂଗ୍ରେସ କମିଟି ସଭାପତି ଜ୍ୟୋତି ରଂଜନ ପରିଡା, ପ୍ରବିର ପରିଜା, ଅଲେଖ ଚନ୍ଦ୍ର ବିଶ୍ୱାଳ, ସୁଜନ କୁମାର ସାହୁ, ସରୋଜକାନ୍ତ ନାୟକ, କେଶବାନନ୍ଦ ଦାସ, ଧନେଶ୍ୱର ମାହାଳି, ସୁଦର୍ଶନ ମାହାଳି, ପଦ୍ମଲୋଚନା ସାମନ୍ତରାୟ, ନିରଂଜନ ରାଉତ ପ୍ରମୁଖ ଯୋଗଦାନ କରି ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ସ୍ୱର୍ଗତ୍ ଆତ୍ମାର ସଦ୍ଗତି କାମନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରମୋଦ କୁମାର ମହାପାତ୍ର, ଅକ୍ଷୟ କୁମାର ସେନାପତି, ବିଶ୍ୱଜିତ୍ ପରିଡା, ନିରଂଜନ ସାହୁ, ପଦ୍ମଚରଣ ମଲ୍ଲିକ, ଅଭୟ ସାହୁ, ସୁରେଶ ମାହାଳି, ରମାକାନ୍ତ ବେହେରା, ସମୀର ବସନ୍ତିଆ, ସନ୍ତୋଷ ସାହୁ ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର