Tuesday , March 21 2023
Breaking News
Home / ତାଜା ଖବର / ସ୍ପଷ୍ଟ ଦିବାଲୋକରେ ସିଆରପି ଛକ ନିକଟରେ ହତ୍ୟାକାଣ୍ଡ , ଜଣେ ମୃତ – ୨ ଅଭିଯୁକ୍ତ ପୋଲିସ ହେପାଜତରେ

ସ୍ପଷ୍ଟ ଦିବାଲୋକରେ ସିଆରପି ଛକ ନିକଟରେ ହତ୍ୟାକାଣ୍ଡ , ଜଣେ ମୃତ – ୨ ଅଭିଯୁକ୍ତ ପୋଲିସ ହେପାଜତରେ

ଭୁବନେଶ୍ୱର,୦୬/୦୩/୨୦୨୧(ଓଡ଼ିଶା ସମାଚାର)- ସ୍ପଷ୍ଟ ଦିବାଲୋକରେ ରାଜଧାନୀର ବ୍ୟସ୍ତ ବହୁଳ ସିଆରପି ଛକ ନିକଟରେ ଏକ ହତ୍ୟାକାଣ୍ଡ ଘଟିଛି । ସାଲିଆ ସାହିର ସାଗର ପୃଷ୍ଟି ଓ ତାଙ୍କ ଭାଇ ସୁଧୀର ପୃଷ୍ଟି ତାଙ୍କ ଘର ସମ୍ମୁଖରେ ରହୁଥିବା ଟୁକୁନା ନାମକ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଓ ହସପିଟାଲରେ ଟୁକୁନାର ମୃତ୍ୟୁ ହୋଇଥିବା ଡ଼ିସିପି ଉମାଶଙ୍କା ଦାସ ସ୍ପଷ୍ଟ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଏକ ଡ଼ାଲା ପିକଅପ୍ ଭ୍ୟାନ ରେ ସାଲିଆ ସାହିର ସାଗର ପୃଷ୍ଟି ଓ ତାଙ୍କ ଭାଇ ସୁଧୀର ପୃଷ୍ଟି ଓ ତାଙ୍କ ଘର ସମ୍ମୁଖରେ ରହୁଥିବା ଟକୁନା ନାମକ ଜଣେ ଯୁବକ କୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରୁଥିବା ସ୍ଥାନୀୟ େଲୋକ ଦେଖି ଗାଡ଼ି କୁ ଅଟକାଇ ସେମାନଙ୍କୁ ଅଟକାଇବାବେଳେ ଖସି ପଳାଉଥିଲେ ଅଭିଦୁକ୍ତ ଦୁଇ ଭାଇ ସାଗର ଓ ସୁଧୀର । ହେଲେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ଉତମ ମଧ୍ୟମ ଦେଇ ପୋଲିସ କୁ ଜିମା ଦେଇଥିଲେ । ଆକ୍ରମଣକାରୀ ଦୁଇ ଓ ଆକ୍ରଣର ଣିକାର ହୋଇଥିବା ଟୁକୁନା କୁ ହସପିଟାଲକୁ ନିଆଯାଇଥିବାବେଳେ ଗୁରୁତର ଟୁକୁନା ର ମୃତ୍ୟୁ ହୋଇଛି । ଅଭିଯୁକ୍ତ ଦୁଇଭାଇ ପୋଲିସ ହେପାଜତରେ ଅଛନ୍ତି । ଡ଼େରିରେ ପୋଲିସ ର ପିସିଆର ଭ୍ୟାନ ପହଂଚିବାରୁ ପୋଲିସ ଗାଡ଼ି ଉପରେ ଲୋକମାନେ ଭଙ୍ଗାରୁଜା କରିବା ସହିତ ପୋଲିସ ଗାଡ଼ିର ଚାବି ନେଇଯାଇଛନ୍ତି । ତେବେ ଘଟଣାର ତଦନ୍ତ ପରେ ସମସ୍ତ ତଥ୍ୟ ଦେବେ ବୋଲି ଡ଼ିସିପି ଉମାଶଙ୍କର ଦାସ କହିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.