Thursday , March 23 2023
Home / ରାଜନୀତି / ମାର୍ଥାପୁରରେ ୨୫୦ କୋଟି ବ୍ୟୟରେ ମେଗା ୱାଟର ସପ୍ଲାଇ ପ୍ରୋଜେକ୍ଟ କୁ କ୍ୟାବିନେଟ ଅନୁମତି

ମାର୍ଥାପୁରରେ ୨୫୦ କୋଟି ବ୍ୟୟରେ ମେଗା ୱାଟର ସପ୍ଲାଇ ପ୍ରୋଜେକ୍ଟ କୁ କ୍ୟାବିନେଟ ଅନୁମତି

                   ପୂର୍ତମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା

ଭୁବନ ୦୬/୦୩/୨୦୨୧(ଓଡ଼ିଶା ସମାଚାର)- ଭୁବନ ବ୍ଲକର ମାର୍ଥାପୁରରେ ୨୫୦ କୋଟି ଟଙ୍କା ବ୍ୟୟରେ ମେଗା ୱାଟର ସପ୍ଲାଇ ପ୍ରୋଜେକ୍ଟ କୁ କ୍ୟାବିନେଟ ଅନୁମତି ପ୍ରଦାନ କରିଥିବାରୁ ସ୍ଥାନୀୟ ଅଂଚଳରେ ଆନନ୍ଦ ପ୍ରକାଶ ପାଇଛି । ଏହି ପ୍ରୋଜେକ୍ଟ ଦ୍ୱାରା ଭୁବନ ବ୍ଲକର ୧୮ ଟି ପଂଚାୟତ ସମେତ କାମାକ୍ଷାନଗର ବ୍ଲକର ୧୦ ଟି ପଂଚାୟତ ବାସୀ ଉପକୃତ ହେବେ । ଏଥି ସକାଶେ ଆଜି ମାର୍ଥାପୁର ବଜାର ରେ ସରପଂଚ ସଂଜୟ କୁମାର ଦାଶ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଙ୍କ ସମେତ ପୂର୍ବତନ ଉପାଧ୍ୟକ୍ଷ ଅଭିମନ୍ୟୁ ମିଶ୍ର,ଜିଲ୍ଲା ପରିଷଦ ସଭ୍ୟ ପ୍ରବୋଧ ଦାଶ,ମହିଳା ବିଜେଡି ସଭାନେତ୍ରୀ ସଂଧ୍ୟାରାଣୀ ନାୟକ,ଭାଗିରଥି ସାହୁ,ବଂଶୀଧର ସାହୁ,ବାବୁଲି ସାମଲ,ବାଙ୍କନିଧି ରାଉତ ପ୍ରମୁଖ ଶତାଧିକ ବିଜେଡି କର୍ମୀ ଏକତ୍ରିତ ହୋଇ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଅନୁରୂପ ଭାବେ ମହୁଲପାଳ ହାଟଛକଠାରେ ବାଲିବୋ ସରପଂଚ ସନ୍ତୋଷ ଖୁଣ୍ଟିଆ, ଏକତାଳି ସରପଂଚ ଭାରତୀ ବେହେରା,ସମିତିସଭ୍ୟ ଅମୂଲ୍ୟ ଦ୍ୱିବେଦୀ,ଭୂଷଳ ସରପଂଚ ଚିତ ରଂଜନ ମଲ୍ଲିକ,ରବି ନାରାୟଣ ଓଝା,ବିଜୟ ଆଏଚ,ରାକେଶ ଆଏଚ ପ୍ରମୁଖ ଏକତ୍ରିତ ହୋଇ ମାନ୍ୟବର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.