କେନ୍ଦ୍ରାପଡା, ୦୬/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ପଂଚାୟତର ମଧୁରକୂଳ ଦିବ୍ୟ ଚେତନା ସନ୍ଥ ସୁରଜିତ ଯୋଗଶିକ୍ଷା କେନ୍ଦ୍ରର ୨୧ତମ ଆଧ୍ୟାତ୍ମିକ ଓ ସାଂସ୍କୃତିକ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସମାଜସେବୀ ଅଭୟ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଯୋଗଗୁରୁ ସନ୍ଥ ସୁରାଜିତ ଦାସ ମୁଖ୍ୟ ଅତିଥି ଭାବେ ସମ୍ମାନିତ ଅତିଥି ଭାବେ ମନୋଜ ମଲ୍ଲିକ ଯୋଗ ଦେଇଥିଲେ । ଉତ୍ସବ ପରିଚାଳନା କରିଥିଲେ ସଂଜୟ କୁମାର ଦାସ । କରୋନା କଟକଣା ନିୟମ ପାଳନ ପୂର୍ବକ ଏହି ଶିବିରରେ ବହୁ ଛାତ୍ରଛାତ୍ରୀ , ଅଭିଭାବକ ଓ ଗ୍ରାମବାସୀମାନେ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ । ଶେଷରେ ସନ୍ଥ ତଥା ଯୋଗଗୁରୁ ଯୁବସମାଜ ପାଇଁ ଯୋଗର ଉପକାରିତା, ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ ମାନେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର