Saturday , April 1 2023
Breaking News
Home / ବିଶେଷ / ବେଆଇନ ମଦ ବିକ୍ରି ଅଭିଯୋଗରେ ୨ ଜଣଙ୍କୁ ୩ ବର୍ଷ କାରାଦଣ୍ଡ

ବେଆଇନ ମଦ ବିକ୍ରି ଅଭିଯୋଗରେ ୨ ଜଣଙ୍କୁ ୩ ବର୍ଷ କାରାଦଣ୍ଡ

  ଭୁବନ ୦୬/୦୩/୨୦୨୧(ଓଡ଼ିଶା ସମାଚାର)- ବେଆଇନ ମଦ ବିକ୍ରି ଅଭିଯୋଗରେ ସ୍ଥାନୀୟ ଜେଏମଏଫସି କୋର୍ଟ ୨ ଜଣ ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ ଆଦେଶ ଦେଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରାପ୍ତ ଖବରରୁ ପ୍ରକାଶ ଯେ,ଭୁବନ ବ୍ଲକ ଅନ୍ତର୍ଗତ ମହୁଲପାଳ ଗ୍ରାମର ଜ୍ୟୋତିରଂଜନ ଜେନା ଓ ବେବିନା ଜେନା ବେଆଇନ ମଦ ବିକ୍ରି କରୁଥିବା ଅଭିଯୋଗ ପାଇ କାମାକ୍ଷାନଗର ଅବକାରୀ ବିଭାଗ ଏସ.ଆଇ  ସ୍ୱପ୍ନାରାଣୀ ସାହୁ ଗତ ୮.୩.୨୦୧୯ ରିଖରେ ଚଢାଉ କରି ତାଙ୍କ ନିକଟରୁ ବିପୁଳ ପରିମାଣର ଦେଶୀ,ବିଦେଶୀ ମଦ ଜବତ କରିଥିଲେ । ଏ ସଂପର୍କରେ ୨(ଏ)ସି.ସି କେଶ ନଂ-୩/୨୦୧୯ ର ଶୁଣାଣି କରି ମାନ୍ୟବର ଜେଏମଏଫସି ଶ୍ରୀଚନ୍ଦନ ଦାସ ଓଡିଶା ଏକସାଇଜ ଆକ୍ଟ ୨୦୦୮ ଦଫା ୫୨(ଏ)(ଆଇ) ଆଧାରରେ ଗତକାଲି ଜ୍ୟୋତିରଂଜନ ଓ ବେବିନା ଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଥିଲେ । ଜୋରିମାନା ଅନାଦାୟ ଅଧିକ ୩ ମାସ ଜେଲଦଣ୍ଡ ପାଇଁ ଆଦେଶ ମଧ୍ୟ ଦେଇଥିଲେ । ସରକାରଙ୍କ ପକ୍ଷରୁ କ୍ୟାଡର ଏପିପି ମହେନ୍ଦ୍ର କୁମାର ମହାପାତ୍ର କେଶ ପରିଚାଳନା କରୁଥିବା ବେଳେ ନନ କ୍ୟାଡର ଏପିପି କେଶବ ଚନ୍ଦ୍ର ପଣ୍ଡା ସହାୟତା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.