କେନ୍ଦ୍ରାପଡା୦୬/୦୩/୨୦୨୧(ଓଡ଼ିଶା ସମାଚାର)-କୈାଣସି କାରଣ ନଥାଇ ଜନୈ÷କ ବରିଷ୍ଠ ନାଗରିକଙ୍କୁ ରାଜକନିକା ଥାନାକୁ ଡକାଯାଇ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଧମକ ଦିଆଯାଇଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ରାଜକନିକା ଥାନା ଅନ୍ତର୍ଗତ ଦଶିପୁର ଗ୍ରାମର ସ୍ୱର୍ଗତ ହରେକୃଷ୍ଣ ଦାଶଙ୍କ ପୁତ୍ର ବିବେକାନନ୍ଦ ଦାଶ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ଗତ ଫେବୃୟାରୀମାସ ୨୪ତାରିଖରେ ରାଜକନିକା ଥାନାର ଏ.ଏସ.ଆଇ. ନାୟକବାବୁ ତାଙ୍କୁ ଫୋନକରି ଥାନାକୁ ଡକାଇଥିଲେ । ସେହି ଅନୁଯାଇ ବିବେକାନନ୍ଦ ଗତ ୨୬ତାରିଖରେ ଥାନାରେ ପହଁଚିବା ପରେ ସଂପୃକ୍ତ ଏ.ଏସ.ଆଇ. ଜଣଙ୍କ ତାଙ୍କୁ ଥାନାରେ ଅଟକାଇଥିଲେ । କିଛି ସମୟପରେ ସେହି ଗ୍ରାମର ବଳରାମ ଦାଶଙ୍କ ପୁଅ କୀର୍ତନ ଦାଶ ଓ ରମେଶ ଦାଶ ଏବଂ ପୂର୍ଣ୍ଣଚନ୍ଦ୍ର ଦାଶଙ୍କ ପୁଅ ଲିପୁ ଦାଶ ତିନି ଜଣ ଥାନାରେ ପହଁଚିଥିଲେ । ସେହି ୩ଜଣଙ୍କ ଉପସ୍ଥିତିରେ ଏ.ଏସ.ଆଇ. ନାୟକବାବୁ ବିବେକାନନ୍ଦଙ୍କୁ ଧମକଦେଇ କହିଥିଲେ ଯେ ସେମାନଙ୍କ କଥାମାନି ତମର ଯେଉଁ ଯାଗାକୁ ନେଇ କୋର୍ଟରେ କେଶ ଚାଲିଛି ସେହି ଯାଗା ଏମାନଙ୍କୁ ଛାଡିଦିଅ ନଚେତ ତମେ ଅସୁବିଧାରେ ପଡିବ । ଏତଦବ୍ୟତିତ ସେମାନେ ଲେଖିଥିବା କାଗଜରେ ତମେ ସ୍ୱାକ୍ଷର କରିଦିଅ ଓ ଘରକୁ ଯାଅ ବୋଲି ଏ.ଏସ.ଆଇ. ନାୟକବାବୁ ବିବେକାନନ୍ଦଙ୍କୁ ଧମକଦେଇ କହିଥିଲେ । ଏହାପରେ ସେହି ୩ଜଣ ଯାକ ଏ.ଏସ.ଆଇ. ନାୟକବାବୁଙ୍କ ଉପସ୍ଥିତିରେ ଥାନା ପରିସରରେ ବିବେକାନନ୍ଦଙ୍କୁ ଧମକ ଦେଇ କହିଲେ ତୁମେ ଏକୁଟିଆ ବୁଢା ଲୋକ ଆମ କଥା ନମାନିଲେ ତତେ ମାରି ଟିକ ଟିକ କରିଦେବୁ । ପୋଲିସ ବଳରେ ବଳିଆନ ହୋଇ ସେହି ୩ଜଣ ବିବେକାନନ୍ଦଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା ଘଟଣା ତାଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଜନସାଧାରଣଙ୍କ ରକ୍ଷକ ହୋଇ ପୋଲିସ ଭକ୍ଷକ ସାଜିଛି । ତାଙ୍କ ନାମରେ କୈାଣସି ଅଭିଯୋଗ ନଥାଇ ତାଙ୍କୁ ଥାନାକୁ ଡକାଯିବା ଓ ପୋଲିସ ଅଧିକାରୀ ନିଜେ ଏବଂ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯିବା ସମ୍ପର୍କରେ ବିବେକାନନ୍ଦ ପଟ୍ଟାମୁଣ୍ଡାଇ ଏସ.ଡି.ପି.ଓ.ଙ୍କୁ ଭେଟି ଅଭିଯୋଗ କରିବା ପରେବି ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ସେହି ଦିନର ଥାନାରେ ଥିବା ସି.ସି. ଟିଭି ଫୁଟେଜକୁ ତଦାରଖ କରାଗଲେ ପ୍ରକୃତ ସତ୍ୟାସତ ଜଣାପଡିବ ବୋଲି ବିବେକାନନ୍ଦ କହିଛନ୍ତି । ତେଣୁ ସେ ନିରୁପାୟ ହୋଇ ଏସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରି ଜୀବନର ସୁରକ୍ଷା ଲୋଡିଥିବା କହିଛନ୍ତି । ଓଡ଼ିଶା ସମାଚାର