କେନ୍ଦ୍ରାପଡା, ୦୬/୦୩/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ବିଜୁବାବୁଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଛକରେ ଥିବା ବିଜୁବାବୁଙ୍କ ପ୍ରତିମୁର୍ତୀରେ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭୋଳଙ୍କ ସଭାପତିତ୍ୱରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ପ୍ରଥମେ ବିଜୁବାବୁଙ୍କ ପ୍ରତିମର୍ତୀରେ ମାଲ୍ୟାର୍ପଣ କରିବା ପରେ ସେଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ବିଜୁବାବୁଙ୍କ ସ୍ମୃତିଚାରଣ କରାଯିବା ସହିତ ଶିଳ୍ପବିହୀନ ଜିଲ୍ଲା କେନ୍ଦ୍ରାପଡା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ଗତକାଲି କେନ୍ଦ୍ରାପଡା ଜିଲ୍ଲା ପାଇଁ ପଚାଶ ହଜାର କୋଟି ଟଙ୍କାର ଏକ ବୃହତମ ଶିଳ୍ପର ବୁଝାମଣା ପତ୍ର ସ୍ୱାକ୍ଷର ହୋଇଥିବାରୁ ସମସ୍ତ ନେତୃବୃନ୍ଦ ଏହାକୁ ସ୍ୱାଗତ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହାପରେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଥିବା ଅନ୍ତେବାସୀ ମାନଙ୍କୁ ଫଳ ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ବିଜେଡି ଉପସଭାପତି ଦେବଦାସ ମହାନ୍ତି, ଯୁବ ବିଜେଡି ସଭାପତି ରାଜେଶ ଦାସ, ପଟ୍ଟାମୁଣ୍ଡାଇ ବ୍ଲକ ଉପାଧ୍ୟକ୍ଷ ସୁଷାନ୍ତ ଦାସ, ଭଜକୃଷ୍ଣ ରାଉତ, ହିରଣ୍ୟ କୁମାର ପଣ୍ଡା, ଗୋପାଳ ଚରଣ ମହାପାତ୍ର, ରଞ୍ଜିତ କୁମାର ସାହୁ, ବିଜୟ ପତି , ଆଲୋକ ସାହୁ, କାଳୀପ୍ରସାଦ ମିଶ୍ର, ଅକ୍ଷୟ ମେକାପ, ବଳଭଦ୍ର ପଣ୍ଡା, ଦୁର୍ଗାଚରଣ ପତି, ଦୁଷ୍ମନ୍ତ ମଲ୍ଲିକ , ସ୍ନେହଲତା ପ୍ରଧାନ, ମାନସ କୁମାର ଦାସ, ବିଜୟ କୁମାର ମଣ୍ଡଳ, ଧିରେନ କୁମାର ସାହୁ, ସାହେବ ସାହିଲ ରାଉତ, ରୋସ୍ନôା ସାହୁ, ମଙ୍ଗଳ ବରଣ ସିଂହ, ସଞ୍ଜୟ କୁମାର ଜେନା, ମହମ୍ମଦ ନିଆଜ , ନାରାୟଣ ସାହୁ, ସବିତା ସାହୁ, ଗୋଲଖ ପଢିହାରୀ , ମୋହନ ଚରଣ ଆଚାର୍ଯ୍ୟ, ଗୁରୁ ଚରଣ ପଢିହାରୀ , ସୁମନ୍ତ ପରିଡା , ରଞ୍ଜନ ସାହୁ, ଲୋପାମୁଦ୍ରା ବାରିକ , ମୀନତି ପରିଡା , ସବିତା ସାହୁ , ସୁମିତ୍ରା ପାଢୀ , ସ୍ୱୟଂପ୍ରଭା କର, ସୁଧିର ଜେନା, ଶରତ କୁମାର ମଲ୍ଲିକ, ଅସିତ ପରିଡା, ଏମଡି ମୁସ୍ତାକିମ୍ ରୋସନ, ପଦ୍ମ ଚରଣ ସୁତାର, ଶରତ ସାମଲ, ପ୍ରଶାନ୍ତ ସ୍ୱାଇଁ, ମହେନ୍ଦ୍ର ମିଶ୍ର, ଧିରେନ୍ଦ୍ର କୁମାର ଦାସ, ଉମେଶ ନାୟକ, ଚିତ ସାହୁ, ଲେଲିନ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସର୍ବଶେଷରେ ନଗର ସଭାପତି ଯଯାତି କେଶରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର