ମାହାଙ୍ଗା,୦୬/୦୩/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ପୂର୍ବତନ ମୁଖ୍ୟମନ୍ତ୍ରୀ, ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି ।
ବ୍ଲକ ସଦର ମହକୁମା କୁଆଁପାଳ ଠାରେ ମାହାଙ୍ଗା ପଞ୍ଚାୟତ ସମିତି ପକ୍ଷରୁ ଆୟୋଜିତ ଏହି ଜୟନ୍ତୀ ଉତ୍ସବରେ ଆଇନି ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୁ ବାବୁଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣକରିଥିଲେ । ବିଜୁ ପଟ୍ଟନାୟକଙ୍କୁ ନିଜ ରାଜନୌତିକ ଜୀବନର ଗୁରୁ ଭାବେ ବର୍ଣ୍ଣନାକରି ମନ୍ତ୍ରୀ ଶ୍ରୀ ଜେନା କହିଲେ ବିଜୁବାବୁଙ୍କ ଭଳି ମହାନ ଚିନ୍ତାନାୟକ ବିଶ୍ୱରେ ବିରଳ ।
ତା’ଙ୍କ ଭଳି ଉଚ୍ଚାଙ୍ଗ ରାଜନେତାଙ୍କ ବ୍ୟକ୍ତିତ୍ୱ ଓ ଦେଶଭକ୍ତିର ପଟ୍ଟାନ୍ତର ନାହିଁ । ବ୍ଲକ ଚେୟାରମ୍ୟାନ ଶରତ ନାୟକ, ପୂର୍ବତନ ଚେୟାରମ୍ୟାନ ରାଜକିଶୋର ଜେନା, ମହିଳା ବିଜେଡି ସଭାପତି ସସ୍ମିତା ଦାସ,ବିଡ଼ିଓ ନିହାର ରଞ୍ଜନ ମଲ୍ଲିକ, ସହକାରୀ ଯନ୍ତ୍ରୀ ସଂଗ୍ରାମ କେଶରୀ ପରିଡା,ଜିଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ,ସାମ୍ବାଦିକ ଅଖିଳେଶ ମହାନ୍ତି, ସମିତିସଭ୍ୟ ପ୍ରଭାତ କାନୁନଗୋ, ଯୁବନେତା ପ୍ରଶାନ୍ତ ପଟ୍ଟନାୟକ, ଯୁବ ବିଜେଡି ସଭାପତି ଶରତ ମହାପାତ୍ର, କବି ବିଶ୍ୱେଶ୍ୱର ମହାନ୍ତି, ଉପାଧ୍ୟକ୍ଷା ରସିଦା ବେଗମ, ଜୟନ୍ତ ବିଶ୍ୱାଳ, ସୁଧାଂଶୁ ପାଣି, ରିଆଯୁଲ ହୋଦା,ଗଗନ ସ୍ୱାଇଁ,ରବି ମହାନ୍ତି, ପ୍ରମୁଖ ବହୁ ବୁଦ୍ଧିଜୀବୀ, ନିର୍ବାଚିତ ପ୍ରତିନିଧି ଓ ସରକାରୀ ଅଧିକାରୀ ମାନେ ଯୋଗଦେଇଥିଲେ । ସେହିପରି ଏରକଣା ଓ ଭୋଳିଦାସପୁର ଛକ ଠାରେ ସ୍ଥାପିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ନିରଞ୍ଜନ ବିଶ୍ୱାଳ, ମୁନ ଖାଁ, ଦୀନବନ୍ଧୁ ସାହୁ, ସତ୍ୟନାରାୟଣ ମହାନ୍ତି, ସତ୍ୟଜିତ କିଶୋର ଦାସ,ଅନୁପମ ମିଶ୍ର, କିଶୋର ରାଉତ, ବହୁ ବିଶିଷ୍ଟ ବ୍ୟକ୍ତି ପୁଷ୍ପାର୍ଘ୍ୟ ଅର୍ପଣସହ ସ୍ମୁତିଚାରଣ କରିଥିଲେ । ଓଡ଼ିଶା ସମାଚାର