Thursday , March 23 2023
Home / ବିଶେଷ / ନିରାକାରପୁର ଅଂଚଳରେ ବିଜୁ ଜୟନ୍ତୀ

ନିରାକାରପୁର ଅଂଚଳରେ ବିଜୁ ଜୟନ୍ତୀ

ନିରାକାରପୁର, ୦୬/୦୩/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଓ ତାର ପାଖାପାଖି ଅଂଚଳରେ ୧୦୫ତମ ବିଜୁ ଜୟନ୍ତୀ ପାଳିତ ହୋଇଯାଇଛି । ରାମେଶ୍ୱର ପଂଚାୟତ ସରପଂଚ ପ୍ରମୋଦ କୁମାର ତ୍ରିପାଠୀ ଜୟନ୍ତୀ ଅବସରରେ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ବିଜୁବାବୁ ଥିଲେ ଓଡ଼ିଆଙ୍କ ଆଦର୍ଶ ଓ ପ୍ରେରଣା ଥିଲେ । ତାଙ୍କର ବିଶାଳ ହୃଦୟ ବିଚକ୍ଷଣ କାର୍ଯ୍ୟଶୈଳୀ ଓ ମହାନୁଭବତା ତାଙ୍କୁ କେବଳ ଓଡ଼ିଶାରେ ନୁହେଁ ଦେଶ ଓ ବିଦେଶରେ ପରିଚିତ କରାଇଥିଲା ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ଭୁଷଣ୍ଡପୁର ବାଲୁେଙ୍କଶ୍ୱର ଦେବ ମନ୍ଦିର ପ୍ରାଙ୍ଗଣରେ ବିଜୁ ଜୟନ୍ତୀ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ଉପସ୍ଥିତ ବକ୍ତାମାନେ ବିଜୁ ବାବୁଙ୍କ ସ୍ମୃତିଚାରଣ କରିବା ସହିତ ମହିଳାମାନେ ସ୍ୱାବଲମ୍ବୀହେବା ଅଂଚଳର ବିକାଶରେ ବିଜୁ ବାବୁଙ୍କର ଉଦ୍ୟମ ରହିଥିବା ମତବ୍ୟକ୍ତ କରିଥିଲେ । ଏହି ସଭାରେ ଆଇନଜୀବୀ ଅନିଲ କୁମାର ପଟ୍ଟନାୟକ, ଭରତ ଦାସ, ତାରାପ୍ରସାଦ ପଟ୍ଟନାୟକ, ବିରଂଚିି ପ୍ରଧାନ, ସମିତସଭ୍ୟ ରାଜକିଶୋର ନାୟକ, କମଲ ରାୟ, ଲଡ଼ୁ କିଶୋର ସ୍ୱାଇଁ, ପ୍ରାସ ମଣ୍ଡଳ, ମୃତ୍ୟୁଞ୍ଜୟ ବେହେରା, ସଂପାଦକ ସୈାରଭ କୁମାର ଦାସମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିବାବେଳେ ପଂଚାୟତ ବିଜୁ ଜନତା ଦଳ ସଭାପତି ତ୍ରିନାଥ ସେଠୀ ସଭା ପରିଚାଳନା କରିଥିଲେ ଓ ସଂପାଦକ ସୌରଭ ଦାସ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଗୋଡ଼ିପଡ଼ା ଟୋଲପ୍ଲାଜା କର୍ମଚାରୀମାନଙ୍କ ଦ୍ୱାରା ମଧ୍ୟ ବିଜୁ ଜୟନ୍ତୀ ଯୁବନେତା ବିଶ୍ୱ ୂଭୂଷଣ ଛୋଟରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଅନ୍ୟମାନଙ୍କ ମଧ୍ୟରେ ବିକ୍ରାନ୍ତ ହରିଚନ୍ଦନ,ରାକେଶ ଜେନା, କରୁଣାକର ଖଣ୍ଡୟତରାୟ, କାଳୁ ଜେନା, ପିନ୍ଟୁ ସିଂହ ପ୍ରମୁଖ ଯୋଗଦେଇଥିଲେ । ନିରାକାରପୁର ସହଯୋଗ ଅନୁଷ୍ଠାନ ତରଫରୁ ଆବାହକ ହିମାଂଶୁ ୂଭୂଷଣ ଚମ୍ପତିରାୟଙ୍କ ସଭାପତିତ୍ୱରେ ସ୍ୱର୍ଗତ ବିଜୁ ବାବୁଙ୍କ ୧୦୫ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ବୈଠକରେ ସଭ୍ୟ ମାନସ ଚନ୍ଦ୍ର ପଟ୍ଟନାୟକ, ପ୍ରତ୍ୟୁଷ ସାମନ୍ତରାୟ, ଲଛମନ ନାୟକ, ଶ୍ୟାମସୁନ୍ଦର ପଟ୍ଟନାୟକ, ରତ୍ନାକର ଜୟସିଂହ, ଦାଶରଥି ବିଶୋଇ ପ୍ରମୁଖ ଯୋଗଦେଇ ବିଜୁ ବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ତାଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.