ରଘୁନାଥପୁର,୦୬/୦୩/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ ଅନ୍ତର୍ଗତ ରେଢୁଆ ସମବାୟ ସମିତିର ଚାଷୀମାନେ ସେମାନଙ୍କ ଧାନକୁ ଦେବା ପାଇଁ ରେଢୁଆ ଧାନମଣ୍ଡିକୁ ଆଣିଥିଲେ । ମାତ୍ର ମଣ୍ଡି ଦାୟୀତ୍ୱରେ ଥିବା କର୍ମଚାରୀ ଧାନ କିଣିବା ପାଇଁ ସର୍ପ୍ଲସ୍ ଅର୍ଡର ଆସିଲେ ଧାନ କିଣିବୁ ବୋଲି କହିଥିଲେ । ଚାଷୀମାନେ ଏହାର ପ୍ରତିବାଦ କରି ରେଡୁଆ ସମବାୟ ସମ୍ମୁଖରେ ଅନସନରେ ବସିଛନ୍ତି । ଅନସନରେ ବିସିଥିବା ଚାଷୀମାନେ ହେଲେ ବିପିନୀ ବିହାରୀ ସ୍ୱାଇଁ, ସାରଦା ଚରଣ ବେହେରା, ଆକୁଳାନନ୍ଦ ବିଶ୍ୱାଳ, ବିଶ୍ୱମ୍ବର ସ୍ୱାଇଁ, ଜ୍ଞାନରଞ୍ଜନ ମିଶ୍ର, ଉପରେନ୍ଦ୍ର ନାଥ ରଥ, ପୂର୍ବତନ ସରପଂଚ ତପନ କୁମାର ମଲ୍ଲିକ ପ୍ରମୁଖ । ପ୍ରକାଶ ଥାଉକି ବିଭିନ୍ନ ଧାନମଣ୍ଡିରେ ଚାଷୀଙ୍କ ନାମରେ ବ୍ୟବସାୟୀ ମାନଙ୍କ ଠାରୁ ଶହ ଶହ କୁଇଂଟାଲ ଧାନ ମଣ୍ଡି କର୍ମଚାରୀମାନେ କ୍ରୟ କରୁଥିବା ଏହି ବ୍ଲକର ଅଧିକାଂଶ ଚାଷୀମାନେ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ପ୍ରକୃତ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯାଉନାହିଁ । ରେଢୁଆ ଧାନମଣ୍ଡିରୁ ଚାଷୀଙ୍କ ଠାରୁ ଧାନ ନ କିଣିବା ପର୍ଯ୍ୟନ୍ତ ଅନସନ ଜାରି ରହିବ ବୋଲି ସେମାନେ ଜଗତସିଂହପୁର ଜିଲ୍ଲା ପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଓଡ଼ିଶା ସମାଚାର