Saturday , March 25 2023
Breaking News
Home / ବିଶେଷ / ଖରା ବଢୁଛି, ପଥଚାରୀମାନଙ୍କ ଶୋଷ ମେଂଟାଉଛି ଆଖୁରସ

ଖରା ବଢୁଛି, ପଥଚାରୀମାନଙ୍କ ଶୋଷ ମେଂଟାଉଛି ଆଖୁରସ

ପାଟକୁରା, ୦୬/୦୩/୨୦୨୧(ଓଡ଼ିଶା ସମାଚାର)- ଗତ ସପ୍ତାହ ଠାରୁ କେନ୍ଦ୍ରାପଡା ଜିଲାରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଥିବାବେଳେ,ପାଟକୁରା ଅଂଚଳରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ପରିଲକ୍ଷିତ ହୋଇଛି । ତାପମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରୀଷ୍ମ ପ୍ରବାହରେ ଜନ ସାଧାରଣମାନଙ୍କୁ ସଚେତନ କରିବା ପାଇଁ ଜିଲାପାଳମାନଙ୍କୁ ନିର୍ଦ୍ଧେଶନାମା ଜାରି ହୋଇଥିବାର ଜଣାଯାଇଛି । ଗ୍ରୀଷ୍ମ ଋତୁରେ ଅଂଶୁଘାତ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହିତ କଂଟ୍ରୋଲ ରୁମ୍ ଖୋଲିବା ଆବଶ୍ୟକ ରହିଛି । ଅଦ୍ୟାବଧି ଜନ ଗହଳି ରହୁଥିବା ସ୍ଥାନମାନଙ୍କରେ ଜଳଛତ୍ର ଖୋଲିବା ନେଇ ପ୍ରଶାସନିକ ପକ୍ଷରୁ କୌଣସି ନିଷ୍ପତି ଗ୍ରହଣ କରାଯାଇ ନାହିଁ । ଗ୍ରୀଷ୍ମ ଋତୁରେ ପଶୁପକ୍ଷୀ ଓ ପଥଚାରୀମାନଙ୍କ ସୁବିଧା ପାଇଁ ପାନୀୟ ଜଳର ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛି । ଅପରପକ୍ଷରେ ପ୍ରଶାସନଙ୍କ ପକ୍ଷରୁ କୋଭିଡ୍ କଟକଣା ଜାରି ରହିଥିବାବେଳେ,ଗ୍ରୀଷ୍ମ ପ୍ରବାହ ଲୋକମାନଙ୍କୁ ଏବେ ଠାରୁ ଅତିଷ୍ଟ କଲାଣି । ଏବେ ରାସ୍ତାରେ ଯାତାୟତ କରୁଥିବା ବାଟୋଇମାନଙ୍କ ଶୋଷ ମେଂଟାଉଛି ଆଖୁରସ । ଅଂଚଳର କେତେକ ମୂଖ୍ୟ ରାସ୍ତା ପାଶ୍ୱର୍ରେ ଆଖୁରସର ପସରା ମେଲାଯାଇଛି । ଆଖୁରସ ବ୍ୟବସାୟୀମାନେ ଆଖୁରସ ବିକ୍ରୟ କରି ବେଶ୍ ଦୁଇ ପଇସା ଉପାର୍ଜ୍ଜନ ମଧ୍ୟ କରୁଛନ୍ତି । ପାରାଦ୍ୱୀପ-ଚଣ୍ଡିଖୋଲ ଜାତୀୟ ରାଜପଥ ପାଶ୍ୱର୍ ପାଶ୍ୱର୍ସ୍ଥ କେନାଲ ବି୍ରଜ୍ ନିକଟସ୍ଥ ଛକ ସ୍ଥାନରେ ବାଲଣା -ଆଦମ୍ପୁର ଗ୍ରାମର ଗୋବିନ୍ଦ ସାହୁ ନାମକ ଜଣେ ଆଖୁରସ ବ୍ୟବସାୟୀ ଆଖୁରସ ବିକ୍ରୟ କରୁଥିବାର ଦେଖାଯାଇଛି । ଆଖୁରସ ଏକ ଗ୍ଲାସ୍ ପ୍ରତି ୧୦ ଟଙ୍କାରେ ବିକ୍ରୟ କରି ବେଶ୍ ଦୁଇ ପଇସା ରୋଜଗାର କରୁଥିବାବେଳେ, ଏହା ପଥିକମାନଙ୍କର ଶୋଷ ମେଂଟାଉଥିବାର ଦେଖାଯାଇଛି । ଟାଣ ଖରା ବଢୁଥିବାରୁ ଆଖୁରସ ପ୍ରତି ଗ୍ରାହକମାନଙ୍କର ଚାହିଦା ରହିଛି । ଆଖୁରସ ବ୍ୟବସାୟୀ ଗୋବିନ୍ଦ କହନ୍ତି ଯେ, ଦୀର୍ଘ ୫ବର୍ଷ ହେଲା ସେ ଏହି ବ୍ୟବସାୟ କରି ଆସୁଛନ୍ତି । ଏବେ ଟାଣ ଖରା ଆରମ୍ଭ ହେଉଥିବାରୁ ଗ୍ରାହକମନେ ଆଖୁରସ ପିଇବା ପାଇଁ ବେଶ୍ ପସନ୍ଦ କରୁଛନ୍ତି । ଆଖୁରସ ବିକ୍ରୟ କରି ଦିନକୁ ୧୨ ଶହରୁ ଉଦ୍ଧ୍ୱର୍ ଟଙ୍କର ବ୍ୟବସାୟ ମଧ୍ୟ କରୁଥିବା ଗୋବିନ୍ଦ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.