Sunday , April 2 2023
Breaking News
Home / ବିଶେଷ / କେନ୍ଦ୍ରାପଡ଼ା ଜିଲାର ୩ ଶହ ଗ୍ରାମରେ କଳାକାରମାନେ ପାଳିଲେ ବିଜୁ ବାବୁଙ୍କ ଜୟନ୍ତୀ

କେନ୍ଦ୍ରାପଡ଼ା ଜିଲାର ୩ ଶହ ଗ୍ରାମରେ କଳାକାରମାନେ ପାଳିଲେ ବିଜୁ ବାବୁଙ୍କ ଜୟନ୍ତୀ

କେନ୍ଦ୍ରାପଡ଼ା, ୦୬/୦୩/୨୦୨୧(ଓଡ଼ିଶା ସମାଚାର)-ବିଜେଡ଼ି ସାଂସ୍କୃତିକ ସମନ୍ୱୟ ସାମୁଖ୍ୟ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମ ଜୟନ୍ତୀକୁ ପଂଚାୟତ ଓ ଗ୍ରାମରେ ପାଳନ କରିବା ପାଇଁ କଳାକାରମାନଙ୍କୁ ଆହ୍ୱାନ ଦେଇଥିଲା । ସେଥିପାଇଁ ସଂଗଠନର ଶୀର୍ଷ ସ୍ତରରୁ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଥିଲା । ସାମୁଖ୍ୟ ର ଆବାହକ ତଥା ପୂର୍ବତନ ବରିଷ୍ଠ ପ୍ରଶାସକ ରବିନାରାୟଣ ନନ୍ଦ , ସାଂସଦ ଅମର ପଟ୍ଟନାୟକ , ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି କେନ୍ଦ୍ରାପଡ଼ା ର ପୂର୍ବତନ ଜିଲାପାଳ ଦେବରାଜ ସେନାପତି ପ୍ରମୁଖ ୱେବନାର ବୈଠକ କରି ବିଜୁ ବାବୁଙ୍କ ୧୦୫ ତମ ଜନ୍ମ ଜର୍ୟନ୍ତୀକୁ ସ୍ୱରଣୀୟ କରିବା ପାଇଁ ବିଭିନ୍ନ ଗ୍ରାମରେ ପାଳନ କରିବା ପାଇଁ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ । ସାମୁଖ୍ୟର କେନ୍ଦ୍ରାପଡ଼ା ଜିଲା ସଂଯୋଜକ ନବଘନ ନାୟକ ଙ୍କ ନେତୃତ୍ୱରେ କେନ୍ଦ୍ରାପଡ଼ା ଜିଲାର ୩ଶହ ରୁ ଉଦ୍ଧ୍ୱର୍ ଗ୍ରାମରେ ବିଜୁ ଜୟନ୍ତୀ ପାଳନ କରାଯିବା ପାଇଁ ପଦକ୍ଷେପ ନିଆଯାଇଥିଲା । ଜିଲାର ୬ ଟି ବ୍ଲକ୍ ରେ ନିଯୁକ୍ତ ଥିବା ସମସ୍ତ ବ୍ଲକ୍ ସଂଯୋଜକ ମାନଙ୍କ ଜରିଆରେ ଗାଁ ଟିଏ ନାଁ ଟିଏ ଯୋଜନାରେ କାର୍ଯ୍ୟ କରୁଥିବା ସମସ୍ତ କଳାକାର ମାନଙ୍କ ପାଖକୁ ବିଜୁ ବାବୁଙ୍କ ଫଟୋ ପଠାଯାଇଥିଲା । ବିଶେଷ କରି ବିଭିନ୍ନ ଗ୍ରାମରେ ଥିବା ସଙ୍କିର୍ତନ ମଣ୍ଡଳୀ କଳାକାରମାନେ ସାମୁହିକ ଭାବରେ ଏହି ଜୟନ୍ତୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିôଲେ । ବିଜୁ ବାବୁଙ୍କ ଫଟୋ ଚିତ୍ରରେ କଳାକାରମାନେ ମାଲ୍ୟାର୍ପଣ କରିବା ସହିତ ବିଜୁ ବାବୁଙ୍କ ଗୁଣଗାନ କରିଥିଲେ । ତା ସହିତ ବିଜୁ ବାବୁଙ୍କ ଫଟୋ କୁ ସଜେଇ ରଖି ନାମ ସଙ୍କିର୍ତନ, ଲିଳା ସଙ୍କିକର୍ତନ ଆଦି ପରିବେଷଣ କରିଥିଲେ । ଅଧିକନ୍ତୁ କଳାକାରମାନେ ବିଭିିନ୍ନ ଗ୍ରାମରେ ପାଳନ କରିଥିବା ଜୟନ୍ତୀ କାର୍ଯ୍ୟକ୍ରମର ଭିଡ଼ିଓ କ୍ଲିପ୍ ପ୍ରସ୍ତୁତ କରି ଭୁବନେଶ୍ୱରସ୍ଥିତ ସାମୁଖ୍ୟ କାର୍ଯ୍ୟାଳୟକୁ ପଠାଇଥିଲେ । ମହାକାଳପଡ଼ା ବ୍ଲକ୍ ସଂଯୋଜକ ଯୁଧିଷ୍ଠିର ଦାସ ଓ ବୈକୁଂଠ ଚରଣ ନାୟକ , ଗରଦପୁର ବ୍ଲକ୍ ସଂଯୋଜକ ଉଦୟକୁମାର ନାଥ ଓ ପ୍ରକାଶ ଚନ୍ଦ୍ର ସାହୁ , ମାର୍ଶାଗାଇ ବ୍ଲକ୍ ସଂଯୋଜକ ଅଭୟ କୁମାର ଶତପଥି, ରତ୍ନାକର ସ୍ୱାଇଁ , କେନ୍ଦ୍ରାପଡ଼ା ବ୍ଲକ୍ ସଂଯୋଜକ ପ୍ରମୋଦ କୁମାର ଜେନା ଓ ଅଭିରାମ ସାମଲ , ପଟ୍ଟମୁଣ୍ଡାଇ ବ୍ଲକ୍ ସଂଯୋଜକ ଆର୍ତବନ୍ଧୁ ନାୟକ, ନିରାକାର ପ୍ରଧାନ ,ଜଗନ୍ନାଥ ଆଚାର୍ଯ୍ୟ , ଆଳି ବ୍ଲକ୍ ସଂଯୋଜକ ବାବାଜୀ ଚରଣ ମୁଦୁଲୀ , କେନ୍ଦ୍ରାପଡ଼ା ମୁନିସପାଲିଟି ସଂଯୋଜକ କୈଳାଶ ଚନ୍ଦ୍ର କର , ରାଜନଗର ବ୍ଲକ୍ ସଂଯୋଜକ କପିଳ ଚନ୍ଦ୍ର ଦାସ ପ୍ରମୁଖ ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.