Monday , March 27 2023
Breaking News
Home / ଶିକ୍ଷା / କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାତୀୟ ଆଲୋଚନାଚକ୍ର

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାତୀୟ ଆଲୋଚନାଚକ୍ର

କେନ୍ଦ୍ରାପଡା୦୬/୦୩/୨୦୨୧(ଓଡ଼ିଶା ସମାଚାର)- ସମୟର ଗୋଟେ ସ୍ଫଳନ ଥାଏ । ସୃଜନଶୀଳ ଲେଖକ ଲେଖା ମାଧ୍ୟମରେ ତାହା ପ୍ରକାଶ କରିଥାଏ । କେନ୍ଦ୍ରାପଡା କଲେଜର ଓଡିଆ ବିଭାଗ ଆନୁକୁଲ୍ୟରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ “୧୯୮୦ ପରବର୍ତି ଓଡିଆ ସାହିତ୍ୟ : ଏକ ଦୃଷ୍ଟିପାତ” ଶୀର୍ଷକ ଜାତୀୟ ସମ୍ପାନ ଉଦଘାଟନ କରି ଉପରୋକ୍ତ ମନ୍ତବ୍ୟ ପ୍ରକାଶ କରିଥିଲେ ବିଶିଷ୍ଟ କଥାକାର ଡଃ. ରାମଚନ୍ଦ୍ର ବେହେରା । ସମ୍ପାନରେ କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାନ ସମ୍ପର୍କରେ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ ଉପାଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା । ଭିତିପ୍ରବନ୍ଧ ଉପସ୍ଥାପନା କରିଥିଲେ ଡଃ. ଅପର୍ଣ୍ଣା ମହାନ୍ତି । ସମ୍ପାନର ସମ୍ପାଦକ ଡଃ. ଅଜିତ କୁମାର ଦାସ ସମ୍ପାନ ସଂକ୍ରାନ୍ତୀୟ ସୂଚନା ପ୍ରଦାନ କରିଥିଲେ । ଅଧ୍ୟାପକ ପ୍ରମୋଦ କୁମାର ବେହେରା ଉଦଘାଟନୀ ଉତ୍ସବରେ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଥମ ଅଧିବେସନରେ ସଭାପତିତ୍ୱ କରିଥିଲେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ । ୧୯୮୦ ପରବର୍ତୀ ଓଡିଆ କାବ୍ୟ କବିତା ଉପରେ ବକ୍ତବ୍ୟ ରଖିଥିଲେ ଡଃ. ଶତ୍ରୁଘ୍ନ ପାଣ୍ଡବ, ଡଃ. ରଞ୍ଜିତ କୁମାର ପରିଡା ଓ କେନ୍ଦ୍ରାପଡା କଲେଜର ପ୍ରାକ୍ତନ ପ୍ରାଧ୍ୟାପକ ରବୀନ୍ଦ୍ର କୁମାର ସାମଲ । ପ୍ରବନ୍ଧ ଉପସ୍ଥାପନ କରିଥିଲେ ଡଃ. ବିଜୟଲକ୍ଷ୍ମୀ ଦାଶ, ଡଃ. ରୁଦ୍ର ପ୍ରସାଦ ମହାପାତ୍ର, ଡଃ. ଜୈଜୟନ୍ତୀ ନାୟକ ଓ ସଂଯୋଜନା କରିଥିଲେ ବିଜୟ କୁମାର ଜେନା । ଦ୍ୱିତୀୟ ଅଧିବେସନରେ ସଭାପତିତ୍ୱ କରିଥିଲେ ବିଶିଷ୍ଟ ନାଟ୍ୟକାର ପ୍ରଫେସର ରମେଶ ପ୍ରସାଦ ପାଣିଗ୍ରାହୀ । ଆଲୋଚନାରେ ଅଂଶଗ୍ରହଣ କରିଥିଲେ ପ୍ରଫେସର ସଙ୍ଘମିତ୍ରା ମିଶ୍ର, ପ୍ରଫେସର ବିଷ୍ଣୁପ୍ରିୟା ଓତା ଏବଂ ଡଃ. ସୁରଞ୍ଜନ ଲେଙ୍କା । ଏହି ଅଧିବେସନରେ ସଂଯୋଜିକା ଥିଲେ ଡଃ. ବିଜୟଲକ୍ଷ୍ମୀ ଦାଶ । ଏହି ଆଲୋଚନାଚକ୍ରରେ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ନନ୍ଦ କିଶୋର ପରିଡା, କୈଳାସ ଚନ୍ଦ୍ର ବରାଳ, ପ୍ରାଧ୍ୟାପକ ମାଧବାନନ୍ଦ ପଣ୍ଡା, ଅମୁଲ୍ୟ ମଲ୍ଲ, ତପନ କୁମାର ପତି, ରାମଚନ୍ଦ୍ର ପାତ୍ର, ରମାନାଥ ମହାନ୍ତି, ଡଃ. ପ୍ରମୋଦ କୁମାର ଦାସ, ଅଶୋକ କୁମାର ଦାସ, ଗୈାରପ୍ରସାଦ ଷଡଙ୍ଗୀ, ଅଧ୍ୟାପକ ସୁକାନ୍ତ କୁମାର ପ୍ରଧାନ, ଲୀନା ପରିଡାଙ୍କ ସମେତ ବିଭିନ୍ନ ମହାବିଦ୍ୟାଳୟରୁ ବହୁ ସଂଖ୍ୟାରେ ଆସିଥିବା ଅଧ୍ୟାପକ,ଅଧ୍ୟାପିକାମାନେ ଯୋଗଦେଇଥିଲେ । ଓଡିଆ ଭାଷା ଓ ସାହିତ୍ୟ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ବିଭାଗର ଅନ୍ୟତମ ଅଧ୍ୟାପିକା ସଶ୍ମିତା ଅଧିକାରୀ ଦ୍ୱିତୀୟ ଅଧିବେସନରେ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.