Thursday , March 23 2023
Home / ବିଶେଷ / କେନ୍ଦ୍ରାପଡାରେ ଷ୍ଟିଲ ପ୍ଲାଂଟ ପାଇଁ ବୁଝାମଣାପତ୍ର ସ୍ୱାକ୍ଷର ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ

କେନ୍ଦ୍ରାପଡାରେ ଷ୍ଟିଲ ପ୍ଲାଂଟ ପାଇଁ ବୁଝାମଣାପତ୍ର ସ୍ୱାକ୍ଷର ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ

କେନ୍ଦ୍ରାପଡା,୦୬/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଷ୍ଟିଲ ପ୍ଲାଂଟ ପ୍ରତିଷ୍ଠା କରିବା ପାଇଁ ଆର୍ସେଲ ମିତଲ କମ୍ପାନୀ  ଓ  ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଥିବାରୁ ଜିଲ୍ଲା ବିଜେଡି ଲିଗାଲ ଫ୍ରଂଟ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମହାକାଳପଡା ବିଧାୟକ ଅତନୁ ସାବ୍ୟସଚି ନାୟକଙ୍କୁ କୃତଜ୍ଞତା ପ୍ରଦାନ କରାଯାଇଛି  । ରାଜ୍ୟ ବିଜେଡି ଲିଗାଲ ଫ୍ରଂନ୍ଟ ସଦସ୍ୟ ସଞ୍ଜୟ କୁମାର ଜେନା, ଜିଲ୍ଲା ବିଜେଡି ଲିଗାଲ ଫ୍ରନ୍ଟ ସଭ୍ୟ ଭୀମସେନ ଭୂୟାଁ, ବରିଷ୍ଠ ଆଇନଜୀବି ଗଗନ ବିହାରୀ ଜେନା, ଗୋବର୍ଦ୍ଧନ ରାଉତ, ମନୋଜ ସାହୁ, ରଞ୍ଜନ ପଣ୍ଡା, ସ୍ମୃତିରଞ୍ଜନ ସିଂ, ରମାକାନ୍ତ ସ୍ୱାଇଁ, ନିରଞ୍ଜନ ବଳ, ମାନସରଞ୍ଜନ ଧଳ, ଅରୁଣ ଦାସ, ଇତିହାସ ଲେଙ୍କା, ନିହାର ମହାପାତ୍ର, ଗୋଲଖ ପ୍ରଧାନ, ସୁରେଶ ନାୟକ, ଅଜୟ ମହାନ୍ତି, ବ୍ରଜସୁନ୍ଦର ରାଉତ ପ୍ରମୁଖ କେନ୍ଦ୍ରାପଡାବାସୀଙ୍କ ବହୁ ଦିନର ସ୍ୱପ୍ନ ପୁରଣ କରିଥିବାରୁ  ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓ ମହାକାଳପଡା ବିଧାୟକ ଶ୍ରୀ ନାୟକଙ୍କୁ ଏଥି ନିମନ୍ତେ ଶୁଭେଛା ଓ କୃତଜ୍ଞତା ଜଣାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.