Thursday , March 23 2023
Home / ବିଶେଷ / କଳିଙ୍ଗା ଗ୍ରାମବାସୀଙ୍କ ଦ୍ୱାରା ହରିଣ ଉଦ୍ଧାର 

କଳିଙ୍ଗା ଗ୍ରାମବାସୀଙ୍କ ଦ୍ୱାରା ହରିଣ ଉଦ୍ଧାର 

ରଘୁନାଥପୁର,୦୬/୦୩/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ ଅନ୍ତର୍ଗତ ରାଢଙ୍ଗ ପଂଚାୟତର କଳିଙ୍ଗା ଗ୍ରାମବାସୀଙ୍କ ଦ୍ୱାରା ଏକ ହରିଣକୁ ଉଦ୍ଧାର କରାଯାଇ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି । ଘଟଣାରୁ ପ୍ରକାଶ ରଘୁନାଥପୁର ବ୍ଲକର ଏକମାତ୍ର ସଂରକ୍ଷିତ ଜଙ୍ଗଳ ଧଳତଙ୍ଗଗଡ ଜଙ୍ଗଲରୁ ଏକ ହରିଣ ଖାଦ୍ୟପାଇଁ କଳିଙ୍ଗା ଗ୍ରାମକୁ ଚାଲିଆସିବା ସୟମରେ କୁକୁର ଗୋଡାଇଥିଲା । ଗ୍ରାମବାସୀମାନେ ଏହାକୁ ଦେଖି ତାକୁ କୁକୁର ମୁଁହରୁ ରକ୍ଷା କରି ସ୍ଥାନୀୟ ମନ୍ଦିର ପରିସରରେ ଅଟକ ରଖି ଜଙ୍ଗଲ ବିଭାଗ ରେଞ୍ଜରଙ୍କୁ ଟେଲିଫୋନ ଯୋଗେ ଜଣାଇଥିଲେ । ଖବର ପାଇ ଜଗତସିଂହପୁର ରେଞ୍ଜର ବଳରାମ ସାହୁ, ଫରେଷ୍ଟର ସୁକାନ୍ତ କୁମାର ବେହେରା ଏବଂ ଗାର୍ଡ ରବି ନାୟକ ଘଟଣା ସ୍ଥଳରେ ପହଂଚି ଥିଲେ । ଗ୍ରାମବାସୀମାନେ ଉକ୍ତ ହରିଣଟିକୁ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ହସ୍ତାନ୍ତ କରିଥିଲେ । ଜଗତସିଂହପୁର ରେଞ୍ଜର ଶ୍ରୀ ସାହୁ ଉକ୍ତ ହରିଣଟିକୁ ଚିକିତ୍ସା କରି ଧଳତଙ୍ଗଗଡ ଜଙ୍ଗଲରେ ଛାଡିଦେଇଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.