Tuesday , March 28 2023
Home / ସ୍ୱାସ୍ଥ୍ୟ / କନ୍ଦରପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଦିତୀୟ ପର୍ୟ୍ୟାୟ ଟୀକା କରଣ ସଫଳତାର ସହ ସମାପିତ

କନ୍ଦରପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଦିତୀୟ ପର୍ୟ୍ୟାୟ ଟୀକା କରଣ ସଫଳତାର ସହ ସମାପିତ

କଟକ,୦୬/୦୩/୨୦୨୧(ଓଡ଼ିଶା ସମାଚାର)- କଟକ ସଦର ବ୍ଲକ କନ୍ଦରପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଦିତୀୟ ପର୍ୟ୍ୟାୟ କରୋନା ଟୀକାଦାନ କାର୍ୟ୍ୟକ୍ରମର ଦିତୀୟ ଦିବସରେ  ୧୧୦ ଜଣ  କରୋନା ଯୋଦ୍ଧା ସ୍ୱାସ୍ଥ୍ୟକର୍ମୀ,ଅଶାକର୍ମୀ,ଅଙ୍ଗନବାଡି କର୍ମୀ ମାନେ ଟୀକା ଗ୍ରହଣ କରିଥିବା ବେଳେ ୧୨୪  ଜଣ ବରିଷ୍ଠ ନାଗରିକଙ୍କୁ ଟୀକା ପ୍ରଦାନ କରାଯାଇଛି । ଏହି କାର୍ୟ୍ୟକ୍ରମରେ ୪୨ ମୌଜ଼ା ସ୍ୱାସ୍ଥ୍ୟକେନ୍ଦ୍ରର ନିର୍ଦେଶକ ଡାକ୍ତର ବସନ୍ତ କୁମାର ସାହୁ,ଆୟୁଷ ଡାକ୍ତର ସଂଜୀବ କୁମାର ମହାନ୍ତି,ଡାକ୍ତର ରାକେଶ କୁମାର ଜେନା,ସ୍ୱାସ୍ଥ୍ୟ ପରିଦର୍ଶିକ ନିଗମାନନ୍ଦ ମହାନ୍ତି,ସ୍ୱାସ୍ଥ୍ୟ ପରିଦର୍ଶିକା ସନ୍ଧ୍ୟାରାଣୀ ଦାଶ,ସ୍ୱାସ୍ଥ୍ୟକର୍ମୀ ଜିନୁଵାଳା ସାମନ୍ତରାୟ,ଶିବାନି ବୋଷ, ରଂଜିତା ସ୍ୱାଇଁ,ଭାରତୀ ଦାଶ, ବେଲାରାଣୀ କୁଅଁର,ରତ୍ନମଞ୍ଜରୀ ଆଚାର୍ୟ୍ୟ, ନିର୍ମଳା ପଣ୍ଡା, ଅଶୋକ ବେହେରା,ପ୍ରତାପ ସେଠୀ,ବିକାଶ ନାୟକ,ଫର୍ମାସିଷ୍ଟ ଦେବରାଜ ବିଶ୍ୱାଳ,ଷ୍ଟାଟିଷ୍ଟିକାଲ ସହକାରୀ ସୁଧୀରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତରହି କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.