Monday , March 27 2023
Breaking News
Home / ବିଶେଷ / ଆଗାମୀ ଓଡିଶା ପକ୍ଷରୁ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୫ତମ ଜୟନ୍ତୀ ପାଳିତ:ବିଜୁବାବୁ ଥିଲେ ଓଡିଆ ଜାତିର ମଉଡମଣି

ଆଗାମୀ ଓଡିଶା ପକ୍ଷରୁ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୫ତମ ଜୟନ୍ତୀ ପାଳିତ:ବିଜୁବାବୁ ଥିଲେ ଓଡିଆ ଜାତିର ମଉଡମଣି

ରଘୁନାଥପୁର,୦୬/୦୩/୨୦୨୧(ଓଡ଼ିଶା ସମାଚାର)-ଜାତୀୟ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଆଗାମୀ ଓଡିଶା ପକ୍ଷରୁ ଗତକାଲି ରଘୁନାଥପୁର ମହାତ୍ମା ଗାନ୍ଧୀ ସଭାକକ୍ଷରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୫ତମ ଜୟନ୍ତୀ ପାଳିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ଡେପୁଟି ସେକ୍ରେଟାରୀ ରବିନ୍ଦ୍ର କୁମାର ମହାପାତ୍ର ଯୋଗଦେଇ ବିଜୁବାବୁ ଓଡିଶାକୁ ଏବଂ ଓଡିଆକୁ ବହୁତ ଭଲ ପାଉଥିଲେବୋଲି କହିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ମାନସ ଅଧ୍ୟାପକ ଶରତକୁମାର ରାଉତରାୟ ଯୋଗଦେଇ ବିଜୁ ପଟ୍ଟନାୟକ ଥିଲେ ଝଡ ର ଇଗଲ ବୋଲି କହିଥିଲେ । ଏଥିରେ ଆଗାମୀ ଓଡିଶା ସଭାପତି ବିଜୟ କୁମାର ସ୍ୱାଇଁ ଯୋଗଦେଇ ବିଜୁବାବୁ ଥିଲେ ଓଡିଆ ଜାତିର ମଉଡମଣି , ତାଙ୍କୁ ଭାରତରତ୍ନ ଦେବାକୁ ଆଗାମୀ ଓଡିଶା ତରଫରୁ ଦାବି କରିଥିଲେ । ଏଥିରେ ଶିକ୍ଷାବିତ ପ୍ୟାରୀମୋହନ ପଟ୍ଟନାୟକ ପୌରୋହିତ୍ୟ କରିଥିଲେ । ଏଥିରେ  ଶିକ୍ଷାବିତ ସୁରେଶଚନ୍ଦ୍ର ରାଉତ,  ଶିକ୍ଷାବିତ୍ ଯଦୁନାଥ ଜେନା, ସମ୍ପାଦକ ଅଧ୍ୟାପକ ଆଶିଷ ଚକ୍ରବର୍ତି , ଏସଏଏନ କଲେଜର ପୂର୍ବତନ ଅଧ୍ୟକ୍ଷ ଅଜୟ କୁମାର ଦାସ, ଏଥିରେ ପଣ୍ଡିତ ଶ୍ରୀବତ୍ସ ଦାସ ମହାପାତ୍ର , ରାଜ୍ୟଶିକ୍ଷକ ନେତା ଜୟପ୍ରକାଶ ପଣ୍ଡା , ବ୍ଲକ ଶିକ୍ଷକ ନେତା ନିର୍ମଳେନ୍ଦୁ ସୋମ , ସମାଜସେବୀ ଅଶୋକ କୁମାର ଦାସ , ପଣ୍ଡିତ ପ୍ରଭାତ କିରଣ ମିଶ୍ର , ଅଧ୍ୟାପକ ଭଗବାନ ବିଶ୍ୱାଳ , ପୂର୍ବତନ ବିଆରସିସି ସଦାଶିବ ବିଶ୍ୱାଳ, ଶିକ୍ଷାବିତ୍ ପ୍ରାଣକୃଷ୍ଣ ନାୟକ, ଶିକ୍ଷାବିତ ନିରଞ୍ଜନ ପାତ୍ର ପ୍ରମୁଖ ଯୋଗଦେଇ ବିଜୁବାବୁଙ୍କର ବହୁମୂଖି ପ୍ରତିଭା ଉପରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ରଘୁନାଥପୁର ବଜାରଠାରେ ଥିବା ଉତ୍କଳମଣି ଗୋପବନ୍ଧୁ ପ୍ରତିମୂର୍ତି ଓ ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାପଣ କରାଯାଇଥିଲା । ଶେଷରେ ସମାଜସେବୀ ବିଜନ ମହାପାତ୍ର ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.