Thursday , March 23 2023
Home / ତାଜା ଖବର / ଅଷ୍ଟ ପ୍ରହରୀ ପିଣ୍ଡି ନିର୍ମାଣ କୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ – ଜାଳି ଦେଲେ ଥାନା ଗାଡି

ଅଷ୍ଟ ପ୍ରହରୀ ପିଣ୍ଡି ନିର୍ମାଣ କୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ – ଜାଳି ଦେଲେ ଥାନା ଗାଡି

ବାଲିଚନ୍ଦ୍ରପୁ.,୦୬/୦୩/୨୦୨୧(ଓଡ଼ିଶା ସମାଚାର/ ଅମରେନ୍ଦ୍ର ସିଂହ )- ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭରତପୁର ପଣସୁଧା ଗ୍ରାମ ରେ ଅଷ୍ଟପ୍ରହର ପିଣ୍ଡି ନିର୍ମାଣ କୁ କେନ୍ଦ୍ର କରି ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଏହାର ସମାଧାନ ପାଇଁ ବାଲିଚନ୍ଦ୍ରପୁର ଥାନା ପକ୍ଷରୁ ଦୁଇ ଗୋଟି ଗାଡି ଘଟଣା ସ୍ଥଳରେ ପହଞ୍ଚି ଆୟତ କରିବାକୁ ଚେଷ୍ଟା କରିଥିଲେ। ଥାନା କର୍ମଚାରୀଙ୍କ ଉପସ୍ଥିତି ରେ ଉଭୟଙ୍କ ମଧ୍ୟରେ ଆକ୍ଷେପ ଓ ପ୍ରତି ଆକ୍ଷେପ ଉଗ୍ରରୂପ ଧାରଣ କରିଥିଲା ଏଥିରେ ସେମାନେ ପୋଲିସ ଗାଡିରେ ନିଆଁ ଲଗାଇ ଦେଇଥିଲେ । ଏହି ଘଟଣାରେ କିଛି ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସେଠାରେ ଉତେଜନା ଲାଗିରହିଥିବାରୁ ୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଯାଜପୁର ଏସପି ଘଟଣାସ୍ଥଳରେ ପହଂଚି ଘଟଣାର ଅନୁଧ୍ୟାନ କରୁଛନ୍ତି । ଓଡିଶା ସମାଚାର

Leave a Reply

Your email address will not be published.