ନିରାକାରପୁର,୦୬/୦୩/୨୦୨୧(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅଚ୍ୟୁତପୁର ଗ୍ରାମରୁ ଏକ ଗରୁଡ଼ ପକ୍ଷୀ ଉଦ୍ଧାର ହୋଇ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ କି ଗତକାଲି ସକାଳେ ଏକ ଗରୁଡ଼ ପକ୍ଷୀ ଉଡ଼ିଆସି ଅଚ୍ୟୁତପୁର ନୀଳକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବସି ଥିଲା । ତାକୁ ସ୍ଥାନୀୟ କ୍ଲବ ପିଲାମାନେ କ୍ଲବ ଘରେ ରଖି ଖାଇବା ପିଇବାକୁ ଦେଇ ରଖିଥିଲେ । ଉକ୍ତ ପକ୍ଷୀଟିର ଆଖିରେ କିଛି ଆଘାତ ଲାଗିଥିବାରୁ ସେ ଯନ୍ତ୍ରଣା ଅନୁଭବ କରୁଥିଲା । ଆଜି ବନ କର୍ମଚାରୀମାନେ ପକ୍ଷୀଟିକୁ ନେଇ ଚିକିତ୍ସା ପରେ ଜଙ୍ଗଲରେ ଛାଡ଼ି ଦେଇଥିବାର ସୂଚନା ମିଳିଛି । ଓଡ଼ିଶା ସମାଚାର