ଭୁବନେଶ୍ୱର,୦୫/୦୩/୨୦୨୧(ଓଡ଼ିଶା ସମାଚାର)- ସିଲ୍ ହେଲା ଭୁବନେଶ୍ୱର ବରମୁଣ୍ଡା ଏଚପି ପେଟ୍ରୋଲ ପମ୍ପ । ପେଟ୍ରୋଲ ଓ ଡିଜେଲରେ ପାଣି ମିଶା ଯାଉଥିବା ଅଭିଯୋଗ ହେବା ପରେ ଏହି ପେଟ୍ରୋଲ ପମ୍ପଙ୍କୁ ସିଲ୍ କରିଛି ଖଣ୍ଡଗିରି ପୁଲିସ୍ । ଏହାକୁ ନେଇ ବୁଧବାର ପ୍ରବଳ ହଙ୍ଗାମା ହୋଇଥିଲା । ଖବର ପ୍ରସାରଣ ପରେ ଫୋରେନ୍ସିକ ଲାବୋରୋଟୋରିର ସାଇଂଟିଫିକ ଟିମ୍ ଓ ଏଚପି କମ୍ପାନି ର ସାଇଂଟିଫିକ୍ ଟିମ୍ ଆସି ନମୁନା ସଂଗ୍ରହ କରିଛି । ଯଦି ଅପମିଶ୍ରଣ କରାଯାଉଥିବାର ପ୍ରମାଣ ମିଳେ, ତେବେ ଲାଇସେନ୍ସ ରଦ୍ଧ ହେବ ବୋଲି ଏଚପିର ଏରିଆ ଇନଚାର୍ଜ ଶୁଭବ୍ରତ ଖାନ କହିଛନ୍ତି । ଓଡ଼ିଶା ସମାଚାର