ରଘୁନାଥପୁର,୦୫/୦୩/୨୦୨୧(ଓଡ଼ିଶା ସମାଚାର)- ଆଜି ରଘୁନାଥପୁର ବ୍ଲକ୍ ର ଦୁଇ ଗୋଟି ସ୍ଥାନରେ ଦୁଇଟି ଗୋଷ୍ଠି ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳନ କରିଛନ୍ତି । ରଘୁନାଥପୁରଯ ବ୍ଲକ୍ ବିଜେଡ଼ି ସଭାପତି ଦେବାଶିଷ ତ୍ରିପାଠୀଙ୍କ ନେତୃତ୍ୱରେ ବିଜେଡ଼ିର କର୍ମୀମାନେ ପ୍ରଥମେ ଗୋପବନ୍ଧୁ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ପରେ ବିଜୁ ପଟ୍ୟନାୟକଙ୍କ ପ୍ରତିମୂର୍ତି ରେ ମାଲ୍ୟାର୍ପଣ କରିଥିଲେ । ପରେ ସେଠାରେ ଏକ ସଭାର ଆୟୋଜନ କରି ବିଜୁ ବାବୁଙ୍କ ଗୁଣଗାନ କରିବା ସହିତ ତାଙ୍କ ଜୀବନାଦର୍ଶ ବିଷୟରେ ଆଲୋକପାତ କରିଥିଲେ । ବ୍ଲକ୍ ବିଜେଡ଼ି ସଭାପତିଙ୍କ ବ୍ୟତୀତ ଜୋନ ୨ ଜିଲା ପରିଷଦ ସଭ୍ୟା ଡ଼େଜାଲିନ୍ ମହାପାତ୍ର , ବିଶ୍ୱ ଓଡ଼ିଆ ମହାସଂଘର ସଭାପତି ଡ଼ ସୁରେନ୍ଦ୍ରନାଥ ମହାପାତ୍ର, ରଝୁନାଥପୁର ବ୍ଲକ୍ ଯୁବ ବିଜେଡ଼ି ଉପ ସଭାପତି ବିଏନ ଅର୍ପଣ, ପୂର୍ବତନ ସମିତି ସଭ୍ୟ ତାରାକାନ୍ତ ଜେନା,ସରପଂଚ ଜାନକୀ ବଲଭ ସ୍ୱାଇଁ, ସରପଂଚ ଡ଼ମ୍ବରୁଡଧର ବେହେରା, ସୁରେନ୍ଦ୍ର ବାରିକ, ତାରପୁର ସମିତି ସଭ୍ୟ ସରୋଜକୁମାର ଦାସ, ସଂପଂଚ ସୂର୍ଯ୍ୟ ନାରାୟଣ ନାୟକ,ସଂଜୟ କୁମାର ମଲିକ, ଶିବରାମ ସାହୁ, ଇନ୍ଦୁଭୁଷଣ ଲେଙ୍କା,ସରପଂଚ ପ୍ରମୋଦ ଜେନା,ସରୋଜ କୁମାର ସାହୁ, କୃତିବାସ ମହାପାତ୍ର, ସୁଧାକର ବିଶ୍ୱାଳ, ଗୌତମ ପାଲିତ, ବିଦ୍ୟାଧର ମହାନ୍ତି, ରବିନ୍ଦ୍ର ବିଶ୍ୱାଳ,ଶାନ୍ତିଲତା ଦ୍ୱିବେଦୀ, କୃଷ୍ଣପ୍ରିୟା ବିଶ୍ୱାଳ, ଅନୀଲ ମହାନ୍ତି , ମନ ସ୍ୱାଇଁ, ପ୍ରଦୀପ୍ତ ମହାନ୍ତି, ମଂମ୍ଦ ଇଲିଆସ ଖାଁ, ତ୍ରିଲୋଚନ ଜେନା,ରତ୍ନାକର ଖୁଂଟିଆ, ଅନ୍ତର୍ଯ୍ୟାମୀ ସାମଲ, ସରପଂଚ ବିଜୟ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବିଜୁ ପଟନାୟକଙ୍କ ଗୁଣ ଗାନ କରିବା ପରେ ଜିଲା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ମାନସ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ରଘୁନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ମିଠା ଓ ଫଳ ବଂଟନ କରାଯାଇଥିଲା ।
ସେହିପରି ରେଢ଼ୁଆ ଠାରେ ଯୁବ ବିଜେଡ଼ି ସଭାପତି ସରୋଜ ଦାସ, ଓ ଛାତ୍ର ବିଜେଡ଼ି ସଭାପତି ଶକ୍ତି ଶଙ୍କର ପଟନାୟକଙ୍କ ତତ୍ୱାବଧାନରେ ଆୟୋଜିତ ୧୦୫ ତମ ବିଜୁ ଜୟନ୍ତୀରେ ରଘୁନାଥପୁର ବ୍ଲକ୍ ଅଧ୍ୟକ୍ଷା ସ୍ୱପ୍ନା ସରିତା ବଳ ମୁ୍ଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ଜିଲା ବିଜେଡ଼ି ସାଧାରଣ ସମ୍ପାଦକ ଅନ୍ତର୍ଯ୍ୟାମୀ ରାଉତ, ଖୋକନ ରାୟ, ଭଗବାନ ସ୍ୱାଇଁ, ପୂର୍ବତନ ବ୍ଲକ୍ ସଭାପତି ସସରୋଜକାନ୍ତ ସ୍ୱାଇଁ, ଦିଲିପ କୁମାର ରଥ, ବସନ୍ତ ଦାସ, ସରୋଜ କୁମାର ରାୟ, କିଶୋର ବେହେରା,ବଂଶିଧର ସ୍ୱାଇଁ, ଯୋସେଫ ସ୍ୱାଇଁ, ସରପଂଚ ଶେଷଦେବ ସେଠୀ, ସରପଂଚ ଚନ୍ଦନା ମହାନ୍ତି, ସରପଂଚ କବିତା ନାୟକ, ମେହେବୁବ ବେଗ , ଅଭୟ ମହାନ୍ତି , ସ୍ୱର୍ଣ୍ଣଲତା ସାହୁ, ଜୟନ୍ତୀ ଦାସ, ସୀମା ସିଂ, ଯୁଗଳ ମଲିକ, ପ୍ରମୁଖ ଯୋଗଦେଇ ବିଜୁ ବାବୁଙ୍କ ଜୟନ୍ତୀ ପାଳିବା ସହିତ ତାଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ । ବୟୋଜ୍ୟେଷ୍ଠ ବିଜେଡ଼ି କର୍ମୀ ନରେନ୍ଦ୍ର ଦ୍ୱିବେଦୀ, ସୁରେନ୍ଦ୍ର ସଢ଼ଙ୍ଗୀ, ସୁରେଶ ପାତ୍ର, ପ୍ରତାପ ମହାପାତ୍ର, ରାମଚନ୍ଦ୍ର ସାହୁ, ନିମାଇଁ ସ୍ୱାଇଁ, ପ୍ରଫୁଲ ମହାରଣା, ବସନ୍ତ ରାଉତ , ବୈରାଗୀ ସାହୁ, ବିଜନ ମହାପାତ୍ର, ବଳରାମ ନାୟକ, ନୀରୋଦ ବେହେରା, ଅଶୋକ ପଟନାୟକ, ସୁକାନ୍ତ ବାରିକ, ସ୍ନେହାଂଶୁ ଜେନା,ପ୍ରଫୁଲ ବିଶ୍ୱାଳ ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ରେଢ଼ୁଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଫଳ ଓ ମିଠା ବଂଟନ କରାଯାଇଥିଲା । ଓଡ଼ିଶା ସମାଚାର