ରଘୁନାଥପୁର,୦୫/୦୩/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ତହସିଲ ଅନ୍ତର୍ଗତ ସାଦେଇପୁର ପଂଚାୟତର ନୃସିଂହ ଚରଣ ମହାପାତ୍ରଙ୍କ ବାସଭବନ ଉପରେ ଯାଇଥିବା ବିଦ୍ୟୁତ ତାର ପବନରେ ଘସିହୋଇ ସେଥିରୁ ନିଆଁ ବାହାରି ଆଜି ଦିନ ୧ଟା ସମୟରେ ଅଗ୍ନୀକାଣ୍ଡ ଘଟିଥିଲା । ଫଳରେ ଶ୍ରୀ ମହାପାତ୍ରଙ୍କର ୩ ବଖରା ବାସଗୃହ ସଂପୂର୍ଣ୍ଣ ଜଳିଯିବା ସହିତ ଏହି ଘରେ ଥିବା ଗୋଟିଏ ସ୍କୁଟର, ଗୋଟିଏ ବାଇକ, ଟ୍ରଲି, ଧାନ ୫ବସ୍ତା ଓ ସମସ୍ତ ଆସବାବପତ୍ର ଜଳି ପାଉଁଶ ହୋଇଯାଇଛି । ଖବର ପାଇ ରଘୁନାଥପୁର ଅଗ୍ନୀଶମ ଦଳ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ । ଏହି ଅଗ୍ନୀକାଣ୍ଡର ଲକ୍ଷାଧିକ ଟଙ୍କର ସଂପତି ନଷ୍ଟ ହୋଇଯାଇଛି । ବିପନ୍ନ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି । ଓଡ଼ିଶା ସମାଚାର