ଭୁବନ ୦୫/୦୩/୨୦୨୧(ଓଡ଼ିଶା ସମାଚାର)- ଓଡିଶାର ବରପୁତ୍ର ,ଇଣ୍ଡିନେସିଆର ଭୂମିପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ୧୦୫ ତମ ଜୟନ୍ତୀ ଭୁବନ ରେ ମହାସମାରୋହରେ ପାଳିତ ହୋଇଯାଇଛି । ଭୁବନ ଏନଏସି ଓ ବ୍ଲକ ବିଜେଡି ତରଫରୁ ସ୍ଥାନୀୟ କାଳୀବଜାର ସ୍ଥିତ କାର୍ଯ୍ୟାଳୟ ରେ ସଭାପତି ତଥା ପୂର୍ବତନ ନଗରପାଳ ନନ୍ଦ କିଶୋର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ବ୍ଲକ ବିଜେଡି ସଭାପତି ରମେଶ ଚନ୍ଦ୍ର ସାହୁ,ସୁଧାକର ସାହୁ, ସୁଶାନ୍ତ କୁମାର ପୃଷ୍ଟି, ସନ୍ଦୀପ ପୃଷ୍ଟି,ଅଜୟ ସେଠୀ, ,ଅଚ୍ୟୁତାନନ୍ଦ ମଲ୍ଲିକ, ଏକତାଳି ସମିତିସଭ୍ୟ ଅମୂଲ୍ୟ ଦ୍ୱିବେଦୀ ,ପୂର୍ବତନ ଉପନଗରପାଳ ମାୟାଧର ସାହୁ,ପ୍ରଭାକର ସାହୁ,ଟିକୁ ନାୟକ, ବୁବୁ ବେହେରା,ଝରଣା ପୋଥାଳ, ଚାରୁଲତା ମହାନ୍ତି, ମାତାଜୀ ବେହେରା,ଚିନା ମଲିକ,ସସ୍ମିତା ନାୟକ ପ୍ରମୁଖ ଯୋଗଦେଇ ବିଜୁ ବାବୁ ଙ୍କୁ ମରଣୋତର ଭାରତରତ୍ନ ପ୍ରଦାନ ପାଇଁ ଦାବି କରିଥିଲେ । ଓଡ଼ିଶା ସମାଚାର