Saturday , April 1 2023
Breaking News
Home / ବିଶେଷ / ପାରାଦୀପ ବାର୍ ଆସୋସେସନର ସାଧାରଣ ପରିଷଦ ବୈଠକ ଆୟୋଜିତ

ପାରାଦୀପ ବାର୍ ଆସୋସେସନର ସାଧାରଣ ପରିଷଦ ବୈଠକ ଆୟୋଜିତ

ପାରାଦୀପ ୦୫/୦୩/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଠାରେ ନବ ଗଠିତ ପାରାଦୀପ ବାର୍ ଆସୋସିଏସନ୍ ର ସାଧାରଣ ପରିଷଦ ବୈଠକ ଶୁକ୍ରବାର ଦିନ ଆୟୋଜିତ ହୋଇଯାଇଛି । ରାଜ୍ୟ ସରକାର ଙ୍କ ଦ୍ୱାରା ୨୦୧୬ ମସିହାରେ ପଂଜୀକୃତ ହୋଇଥିଲା ଏହି ସଂଘ । ପରେ ଓଡିଶା ଷ୍ଟେଟ ବାର୍ କାଉନସିଲ ର ସ୍ୱିକୃତି ପାଇଁ ଆବେଦନ କରାଯାଇଥିଲା । ଚଳିତ ବର୍ଷ ଏହି ସଂଘ କୁ ଓଡିଶା ଷ୍ଟେଟ ବାର୍ କାଉନସିଲ  ସ୍ୱିକୃତି ପ୍ରଦାନ କରିଛନ୍ତି । ତଦନୁଯାୟୀ ଆସନ୍ତା ୬ ତାରିଖ ରୁ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଟିତ ହେବ ବୋଲି ସାଧାରଣ ସଂପାଦକ ତପନ କୁମାର ଦାଶ । ପ୍ରାରମ୍ଭିକ ସୂଚନା ଦେଇଥିଲେ ସଭାପତି ହେମନ୍ତ କୁମାର ସାହୁ । ଏହି ନିର୍ବାଚନ ପ୍ରକ୍ରିୟା ରେ ବରିଷ୍ଟ ଆଇନଜୀବୀ ଗୋରାଚାନ୍ଦ ସିଂହ ଙ୍କୁ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ସଂଘ ର ସଦସ୍ୟ ରବିନ୍ଦ୍ର କୁମାର ଜେନା,ସଂଜୟ କୁମାର ମିଶ୍ର,କୌଳାସ ଚନ୍ଦ୍ର ସାହୁ, ଗୋପିନାଥ ମଲ୍ଲ, ଗୋଲେଖ ସୂତାର , ଦେବବ୍ରତ ସାହୁ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ବୈଠକ ଶେଷ ରେ ଗଣମାଧ୍ୟମ କୁ ସୂଚନା ଦେଇ ସଭାପତି ହେମନ୍ତ କୁମାର ସାହୁ  ଓ ସାଧାରଣ ସଂପାଦକ ତପନ କୁମାର ଦାଶ ପାରାଦୀପ ବାର୍ ଆସୋସିଏସନ୍ ପାରାଦୀପ ଅଂଚଳ ର ସମସ୍ତ ଜନସାଧାରଣ ଙ୍କୁ ନ୍ୟାୟ ପ୍ରଦାନ ରେ ସହାୟକ ହେବା ବୋଲି କହିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.