Saturday , May 21 2022
Breaking News
Home / ବିଶେଷ / ଡିଜେ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଧେଶ

ଡିଜେ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଧେଶ

ଭୁବନେଶ୍ୱର, ୦୫/୦୩/୨୦୨୧(ଓଡ଼ିଶା ସମାଚାର)- ଡିସ୍କ ଜକି (ଡିଜେ) ର କାନଫଟା ଶବ୍ଦ ସ୍ୱାସ୍ଥ୍ୟପାଇଁ ଅତ୍ୟନ୍ତ କ୍ଷତିକାରାକ ହୋଇଥିବାରୁ ରାଜ୍ୟ ସରକାର ଉଦ୍ବିଗ୍ନ । ଏହି ଅମାନିଆ ଶବ୍ଦ ପ୍ରଦୂଷଣକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳନ ଓ ଏସ୍ପିଙ୍କୁ ନିର୍ଦ୍ଧେଶ ଦିଆଯାଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପରିବେଶ ମନିଟରିଂ ସେଲ୍ ବୈଠକରେ ଅଧ୍ୟକ୍ଷତା କରି ଶବ୍ଦ ପ୍ରଦୂଷଣକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଅସନ୍ତୋଷ ପ୍ରକଟ କରିଛନ୍ତି । ତଦନୁଯାୟୀ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ କେ.ମୁରୁଗେସାନ ନିୟମ ଉଲ୍ଲଘନ କରି ଶବ୍ଦ ପ୍ରଦୂଷଣକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ଓ ଏସ୍ ପି ମାନଙ୍କୁ ପତ୍ର ଲେଖିଛନ୍ତି । ସୂଚନା ଅନୁଯାୟୀ ରାଜ୍ୟ ସରକାର ଜିଲ୍ଲାପାଳ, ଏସ୍ ପି ଓ ଅନ୍ୟ ଅଧିକାରୀମାନଙ୍କୁ ସେମାନଙ୍କ ଇଲାକାରେ ବାୟୁ ଓ ଶବ୍ଦର ମାନ ଉପରେ ଦୃଷ୍ଟି ଦେବାକୁ କହିଛନ୍ତି । ତେବେ ଦେଖାଯାଉଛି ଯେ ବିଭିନ୍ନ ସ୍ଥାନରେ ଉଚ୍ଚ ଶବ୍ଦଯୁକ୍ତ ଶ୍ରୁତିକଟୂ ଡିଜେ ବାଜୁଥିଲେ ମଧ୍ୟ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଏହି ଶବ୍ଦ ଅତ୍ୟନ୍ତ କ୍ଷତିକାରକ ହୋଇଥିବାବେଳେ ଡିଜେରୁ ବାହାରୁଥିବା ବିକଟାଳ ଶବ୍ଦ ରାଜ୍ୟରେ ଶବ୍ଦ ପ୍ରଦୂଷଣ ସୃଷ୍ଟି କରୁଛି । ପର୍ବ ପର୍ବାଣୀ ସମୟରେ ସର୍ବସାଧାରଣ ସ୍ଥାନରେ ଶବ୍ଦ ଆଇନ୍ କୁ କଡାକଡି ପାଳନ କରିବା ବାଧ୍ୟତାମୂଳକ ଅଟେ । ତେଣୁ ଡିଜେ, ଡୋଲବୀ ଭଳି ଉଚ୍ଚ ଶବ୍ଦଯୁକ୍ତ ଯେକୌଣସି ଯନ୍ତ୍ର କର୍ତୃକ୍ଷଙ୍କ ବିନାନୁମତିରେ ବାଜି ପାରିବ ନାହିଁ । ହେଲେ ଦିନକୁ ଦିନ ସର୍ବସାଧାଣ ସ୍ଥାନରେ ଏହି ବେଆଇନ୍ ଶବ୍ଦ ପ୍ରଦୂଷଣ ହେଉଥିବା ରାଜ୍ୟ ପ୍ରଦୂଷଣ ବୋର୍ଡର ସଦସ୍ୟ ସଚିବ ଡକ୍ଟର.ମୁରୁଗେସାନ ଦର୍ଶାଇଛନ୍ତି । ଜିଲ୍ଲାପାଳ ଓ ଏସ୍ ପି ମାନଙ୍କୁ ଡକ୍ଟର ମୁରୁଗେସାନ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି ଯେ ଉଚ୍ଚ ସ୍ୱର ଯୁକ୍ତ ଶବ୍ଦ ବୟସ୍କ ବ୍ୟକ୍ତି, ଦୁର୍ବଳ ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ତଦନୁଯାୟୀ ଜିଲ୍ଲାପାଳ ଓ ଏସ୍ ପି ମାନେ ଏ ଦିଗରେ ଠିକଣା ପଦକ୍ଷେପ ଗ୍ରହଣ ଲାଗି ସଦସ୍ୟ ସଚିବ ଅନୁରୋଧ କରିଛନ୍ତି । ବିବାହ ଶୋଭାଯାତ୍ରା, ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସାଧାରଣ ସଭା ଆଦି ସମୟରେ କ୍ଷେତ୍ର ସ୍ତରୀୟ ଅଧିକାରୀମାନେ ଶବ୍ଦ ପ୍ରଦୂଷଣ ଉପରେ ନଜର ରଖିବାପାଇଁ ସେ କହିଛନ୍ତି ।ଡକ୍ଟର ମୁରୁଗେସାନ ଉଲ୍ଲେଖ କରିଛନ୍ତି ଯେ ଶବ୍ଦ ପ୍ରଦୂଷଣ ନିୟମ ସଂକ୍ରାନ୍ତରେ ରାଜ୍ୟ ସରକାର ଏକାଧିକ ମାର୍ଗଦର୍ଶିକା ଜାରି କରିଥିବାବେଳେ ଏହାକୁ କାଁ ଭାଁ ପାଳନ କରାଯାଉଛି । ତେବେ କୌଣସି କ୍ଷେତ୍ରରେ ୬୫ ଡେସିବେଲରୁ ଅଧିକ ଶବ୍ଦକୁ ଅନୁମତି ନାହିଁ । ସ୍ଥାନୀୟ ଥାନାର ବିନାନୁମତିରେ କେହି ବି ଡିଜେ କିମ୍ବା ମାଇକ୍ ବଜାଇ ପାରିବେ ନାହିଁ । କେବଳ ଶବ୍ଦ ଲିମିଟର ସହିତ କମ୍ ଶବ୍ଦଯୁକ୍ତ ଯନ୍ତ୍ରପାତିକୁ ଅନୁମତି ମିଳିଥାଏ । ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ପରିବେଶ ବୋର୍ଡର ସଦସ୍ୟ ସଚିବ ନିର୍ଦ୍ଧିଷ୍ଟ ଭାବେ କର୍ତୃକ୍ଷଙ୍କୁ କହିଛନ୍ତି । କାର୍ଯାଷ୍ଠାନ ଗ୍ରହଣର ସୂଚନା ଚାରି ସପ୍ତାହ ମଧ୍ୟରେ ମୁଖ୍ୟ ସଚିବଙ୍କୁ ଅବଗତ କରିବାପାଇଁ ଡକ୍ଟର ମୁରୁଗେସାନ ଜିଲ୍ଲାପାଳ ଓ ଏସ୍ ପି ମାନଙ୍କୁ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ବର୍ଷା ଦିନ ପୂର୍ବରୁ ଚିତ୍ରୋତ୍ପଳା ନଦୀରେ ପଥର ପ୍ୟାକିଙ୍ଗ ଓ ବୁରୁଜ ନିର୍ମାଣ ସରିବା ନେଇ ଆଶଙ୍କା 

ଗରଦପୁର, ୨୦/୦୫/୨୦୨୨( ଓଡ଼ିଶା ସମାଚାର )-ପାଟକୁରା ନିକଟରେ ଚିତ୍ରୋତ୍ପଳା ଦକ୍ଷିଣ ପାଶ୍ୱର୍ ନଦୀ ତୀରରେ ୪କୋଟି ୮୦ ଲକ୍ଷ ଟଙ୍କା …

Leave a Reply

Your email address will not be published. Required fields are marked *