Wednesday , March 29 2023
Home / ବିଶେଷ / ଜିଲ୍ଲାପାଳଙ୍କ ଦ୍ୱାରା ମୋ ସେବା କେନ୍ଦ୍ର ଉଦ୍ଘାଟିତ  

ଜିଲ୍ଲାପାଳଙ୍କ ଦ୍ୱାରା ମୋ ସେବା କେନ୍ଦ୍ର ଉଦ୍ଘାଟିତ  

ରଘୁନାଥପୁର, ୦୫/୦୩/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକର ଷ୍ଟେଟ୍ ବ୍ୟାଙ୍କ ନିକଟରେ ମୋ ସେବା କେନ୍ଦ୍ରକୁ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଲୋକମାନେ ସେମାନଙ୍କର ବିଭିନ୍ନ କାର୍ଯ୍ୟପାଇଁ ସରକାରୀ ଅଫିସ୍କୁ ଦୌଡିବାକୁ ପଡିବ ନାହିଁ ତାହା ଏହି ସେବାକେନ୍ଦ୍ରରେ ହିଁ ସହଜରେ ପାଇପାରିବେ ବୋଲି କହିଥିଲେ । ଜିଲ୍ଲା ପାଳ ଶ୍ରୀ ମାହାପାତ୍ର ଆହୁରି କହିଲେ ଯେ, ପ୍ରତି ପଂଚାୟତରେ ୨ଟି ମୋ ସେବା କେନ୍ଦ୍ର ଖୋଲିବା ପାଇଁ ସମସ୍ତ ଉଦ୍ୟମ କରାଯିବ । ଦେଶରେ ଜଗତସିଂହପୁର ଏକମାତ୍ର ଜିଲ୍ଲା ଯେଉଁ ଜିଲ୍ଲାରେ ଇ-ଅଫିସ ମାଧ୍ୟମରେ ପଂଚାୟତ ଠାରୁ ବ୍ଲକ, ତହସିଲ ଓ ଜିଲ୍ଲାପାଳ କାର୍ଯ୍ୟାଳୟ ସଂଯୋଗ କରାଯାଇଅଛି ବୋଲି କହିଥିଲେ । ମୁଖ୍ୟ ମନ୍ତ୍ରୀ ଆଜି ଏହି ମୋ ସେବା କେନ୍ଦ୍ର ଉଦ୍ଘାଟନ କରି ଜନସାଧାରଣଙ୍କ ନିକଟରେ ସେବା ପହଂଚାଇବାକୁ ନିର୍ଦ୍ଧେଶ ଦେଇଅଛନ୍ତି ବୋଲି କହିଥିଲେ । ଏଥିରେ ରଘୁନାଥପୁର ତହସିଲଦାର ରୁପାଲିକା ଦାସ ସମ୍ମାନିତ ଅତିଥିଭାବେ ଯୋଗଦେଇ ସରକାରୀ ସେବା ଆଜି ମୋ ସେବାକେନ୍ଦ୍ର ମାଧ୍ୟମରେ ହାତପାହାନ୍ତାରେ ପହଂଚି ପାରିଛି ବୋଲି କହିଥିଲେ । ଏଥିରେ ରଘୁନାଥପୁର ବିଡିଓ ଜିତେନ୍ଦ୍ର କୁମାର ନାୟକ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମକୁ ଅଭିନନ୍ଦନ ନାୟକ ପରିଚାଳନା କରିଥିଲେ । ରଘୁନାଥପୁର ମୋ ସେବା କେନ୍ଦ୍ରର ଭି.ଏଲ୍.ଇ ସୋନାଲି ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୋ ସେବା କେନ୍ଦ୍ର ଜଗତସିଂହପୁର ଜିଲ୍ଲ ପ୍ରବନ୍ଧକ ଦୀପ୍ତି ପ୍ରକାଶ ଦସ, ପବିତ୍ର କୁମାର ବେହେରା, ପ୍ରତାପ ବେହେରା, ବନମାଳି ବେହେରା, ବିଭୁତି ମହାପାତ୍ର, ଅମ୍ବିକା ପ୍ରସାଦ ଦାସ ପ୍ରମୁଖ ପରିଚାଳନା କରିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.