Saturday , April 1 2023
Breaking News
Home / ତାଜା ଖବର / ଗ୍ୟାସଟାଙ୍କି ଫାଟି ଅଗ୍ନିକାଣ୍ଡ, ଜଣେ ଗୁରୁତର – କଟକ ସ୍ଥାନାନ୍ତର

ଗ୍ୟାସଟାଙ୍କି ଫାଟି ଅଗ୍ନିକାଣ୍ଡ, ଜଣେ ଗୁରୁତର – କଟକ ସ୍ଥାନାନ୍ତର

ମାହାଙ୍ଗା,୦୫/୦୩/୨୦୨୧(ଓଡିଶା ସମାଚାର/ଅଭୟ ଜେନା):କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ବାଜପୁରା ପଞ୍ଚାୟତର ଶଶିଲୋ ଚକମଧୁପୁର ଠାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ସ୍ଥାନୀୟ ବଜାରରେ ବ୍ୟବସାୟ କରୁଥିବା ଶରତ ବେହେରାଙ୍କ ଦୋକାନ ଭିତରେ ଗ୍ୟାସଟାଙ୍କି ଫାଟିଯିବାରୁ ସେ ଗୁରୁତର ହୋଇପଡିଥିଲେ । ମାହାଙ୍ଗା ସରକାରୀ ହସ୍ପିଟାଲରେ ଶରତଙ୍କୁ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତର କରିଛନ୍ତି । ଶରତ ନିଜ ଚାହା ଦୋକାନରେ ଚାହା ତିଆରି କରୁଥିବା ବେଳେ ହଠାତ୍ ଗ୍ୟାସଟାଙ୍କିରେ ନିଆଁ ଲାଗିଯାଇଥିଲା ଓ ଅଳ୍ପ ସମୟ ଭିତରେ ଟାଙ୍କିଟି ଫାଟି ଯାଇଥିଲା। ନିଆଁରେ ତାଙ୍କର ୨ ବଖରା ଦୋକାନ ଘର ଜଳିଯାଇଥିଲା ।
ଘଟଣାସ୍ଥଳୀରେ କୁଆଁପଳ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସମସ୍ତ ଆସବାପତ୍ର ପୋଡ଼ିଯାଇଛି । କଟକ ବଡ ଡାକ୍ତରଖାନାରେ ଶରତଙ୍କ ଚିକିତ୍ସା ଚାଲିଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.