ଗରଦପୁର, ୦୫/୦୩/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ଆଜି ପଂଚାୟତିରାଜ ଓ ଲୋକ ସେବା ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ବିଡ଼ିଓ ରଂଜିତ କୁମାର ମଲିକ ଅଧ୍ୟକ୍ଷତା କରିଥିବାବେଳେ ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ସ୍ୱର୍ଣ୍ଣପ୍ରଭା ସେଠୀ ଯୋଗଦେଇ ଦିବସର ତାପôର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଡ଼ିଓ ଶ୍ରୀ ମଲିକ ସରକାରଙ୍କର ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଯଥା : ମହିଳା ସଶକ୍ତିକରଣ, ଭିନ୍ନକ୍ଷମ ପ୍ରକଳ୍ପ , ମମତା ଯୋଜନା,ହରିଶ୍ଚନ୍ଦ୍ର ଯୋଜନା, ଗରୀବ ଙ୍କ ପାଇଁ ପିଡ଼ିଏସ ଓ ଆବାସ ଯୋଜନା ର ସଫଳ କାର୍ଯ୍ୟକାରିତା ସମ୍ପର୍କରେ ଆହେଲାଚନା କରିବା ସହିତ ପଂଚାୟତ ଜନପ୍ରତିନିଧି ମାନଙ୍କର ସହଯୋଗ କାମନା କରିଥିଲେ । ଏଥିରେ ବ୍ଲକ୍ ର ସହକାରୀ ଯନ୍ତ୍ରୀ ପ୍ରଦୀପ୍ତ ଚିନାରା , ଏସଇଓ ଖଗେଶ୍ୱର ସେଠୀ, କନିଷ୍ଠ ଯନ୍ତ୍ରୀ ଧୁଶାସନ ବାରିକ , ଏବିଇଓ ଗତିକୃଷ୍ଣ ଜେନା ,ପ୍ରାଣୀ ଚିକିତ୍ସକ ଜ୍ୟୋତି ମହାନ୍ତି ଓ ସିଡ଼ିପିଓ ଙ୍କ ପ୍ରମୁଖ ନିଜ ନିଜ ବିଭାଗ କିଭଳି ଉତର ଦାୟିତ୍ୱ ନିର୍ବାହ କରି ବିକାଶ ଦିଗରେ ଅଗ୍ରଗତି କରୁଛି ସେ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଉତ୍୍ସବରେ ସରପଂଚ ପ୍ରକାଶ ଚନ୍ଦ୍ର ସାହୁ, ସରପଂଚ ଗୌରାଙ୍ଗ ଚରଣ ପରିଡ଼ା,ସରପଂଚ ଅନୁଜ ମହାନ୍ତି, ସରପଂଚ ଅରୁଣ କୁମାର ନାୟକ,ସରପଂଚ ରେଣୁବାଳା ରାଉତ,ସରପଂଚ ମମତା ନାୟକ ପ୍ରମୁଖ ନିଜ ବକ୍ତବ୍ୟରେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଟିପଣୀ ଦେଇଥିଲେ । ଉତ୍ସବରେ ସମସ୍ତ ସରପଂଚ, ସମିତି ସଭ୍ୟ, ଏସଏଚଜି ମା ମାନେ ଅଂଶ ଗ୍ରହଣ କରିଥିଲେ । ଗ୍ରାମ ପଂଚାୟତ ସମ୍ପ୍ରସାରଣ ଅଧିକାରୀ ଚୈତନ୍ୟ ବିଶ୍ୱାଳ କାଯର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର