ସାଲେପୁର,୦୫/୦୩/୨୦୨୧(ଓଡିଶା ସମାଚାର/ଅଭୟ ଜେନା):ରାଜ୍ୟରେ କରୋନା କଟକଣା ଲାଗୁହେବା ପରେ ସମଗ୍ର ଓଡିଶା ରେ ଥିବା ଯାତ୍ରାପାଟି ଗୁଡିକୁ ସରକାର ବନ୍ଦ କରିଦେଇଥିଲେ। ଫଳରେ ଯାତ୍ରା ଦଳ ରେ ଥିବା କଳାକାର ମାନେ ଏକପ୍ରକାର ଜୀବିକା ହରାଇ ବସିଥିବା ସହ ତାଙ୍କର ସ୍ଥିତି ଦୟନୀୟ ହୋଇପଡିଥିଲା।ଖାଲି ସେତିକି ନୁହେଁ ଯାତ୍ରାପାଟି ର ମାଲିକ ମାନେ ମଧ୍ୟ ଘୋର ଆର୍ଥିକ ପରିସ୍ଥିତି ମଧ୍ୟଦେଇ ଗତିକରୁଥିଲେ। ଅନ୍ୟ ପକ୍ଷରେ ଓଡ଼ିଶାର ଅଗଣିତ କଳାପ୍ରେମି ଦର୍ଶକ ମାନେ ମନୋରଞ୍ଜନ ଠାରୁ ଦୂରେଇ ଯାଇଥିଲେ। ମାତ୍ର ରାଜ୍ୟ ସରକାର କଳାକାର ମାନଙ୍କ ଦାବିକୁ ସହୃଦୟତାର ମାନିନେଇ ଯାତ୍ରା ପରିବେଷଣ ପାଇଁ ଅନୁମତି ପ୍ରଦାନ କରିଛନ୍ତି।କଟକ ସଦର ନିର୍ବାଚନ ମଣ୍ଡଳୀ ର ଦାମୋଦରପୁର ପଞ୍ଚାୟତ କଳାପରିଷଦ ଆନୁକୂଲ୍ୟରେ ଓଡିଶା ରେ ପ୍ରଥମକରି ମାର୍ଚ୍ଚ ୪ତାରିଖ ଠାରୁ ନିଜ ଅନୁଷ୍ଠାନ ମାଧ୍ୟମରେ ସୁନାମଧନ୍ୟ ଯାତ୍ରା ଅନୁଷ୍ଠାନ ଶିବାନି ଗଣନାଟ୍ୟ ଯାତ୍ରାପରିବେଷଣ କରୁଛନ୍ତି। କରୋନା ପରେ ଯାତ୍ରା କଳାକାର ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ଆଯୋଜକ ଓ ଦର୍ଶକ ମାନେ ବେଶ ଆନନ୍ଦିତ। ସତେଯେମିତି କଳାକାର ମାନଙ୍କ ପାଇଁ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ଓଡ଼ିଶା ସମାଚାର