କେନ୍ଦ୍ରାପଡା, ୦୫/୦୩/୨୦୨୧(ଓଡ଼ିଶା ସମାଚାର)-ଶିଳ୍ପବିହୀନ କେନ୍ଦ୍ରାପଡା ଜିଲ୍ଲାରେ ବିଳମ୍ବରେ ହେଲେବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଷ୍ଟିଲ ପ୍ଲାଂଟ ପ୍ରତିଷ୍ଠା କରିବା ପାଇଁ ଆର୍ସେଲ ମିତଲ କମ୍ପାନୀ ସହିତ ସହଭାଗିତାର ଚୁକ୍ତିପତ୍ର ସ୍ୱାକ୍ଷର କରିଥିବାରୁ ସେ ଧନ୍ୟବାଦର ପାତ୍ର । ରାଜ୍ୟ ସଚିବାଳୟରେ ରାଜ୍ୟ ସରକାର ଏବଂ ମିତଲ କମ୍ପାନୀ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଥିବାରୁ ଆମ୍ଭେମାନେ ବହୁତ ଖୁସି ଅନୁଭବ କରୁଛୁ ବୋଲି ଜିଲ୍ଲା ପ୍ରତିଭା ପୂଜା ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତି କହିଛନ୍ତି । ଶ୍ରୀ ମହାନ୍ତିଙ୍କ ସମେତ କବି ସୁବାଷ ପାତ୍ର, ଶ୍ରୀନିବାସ ପ୍ରଧାନ, ରମାକାନ୍ତ ଦାସ, ପ୍ରମୋଦ ମହାପାତ୍ର, ହରେକୃଷ୍ଣ ନାୟକ, ସରୋଜକାନ୍ତ ସାହୁ, ନଳିନୀ ବିହାରୀ ମହାନ୍ତି ପ୍ରମୁଖ ମଧ୍ୟ ମୁଖ୍ୟମନ୍ତ୍ରୀ ଏବଂ ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଓଡ଼ିଶା ସମାଚାର