ଗରଦପୁର, ୦୫/୦୩/୨୦୨୧(ଓଡ଼ିଶା ସମାଚାର)-ପାଟକୁରା ଥାନା ଅନ୍ତର୍ଗତ ପାଇକା ନଦୀ ବନ୍ଧ ବସନ୍ତପୁର ନିକଟରେ ଆଜି ଏକ କାର ନଂ ଓଡ଼ି୦୨ବିଏ ୩୭୬୬ ଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଥିବା ଡ଼୍ର୍ରାଇଭର ସମେତ ୨ ଜଣ ଗୁରୁତର ଆହତ ହେବା ସହିତ କାର ଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । କାରଟି ପଳସୁୂଧା ପଟରୁ ସାଇଫନ ଆଡ଼କୁ ଯାଉଥିବାବେଳେ ବସନ୍ତପୁର ର ଏକ ବାଙ୍କ ରେ କାର ଟି ଭାରସାମ୍ୟ ହରାଇ ନଦୀବନ୍ଧ ତଳକୁ ୨ / ୩ ଟି ପଲଟି ଦେଇ ବିଲ ମଧ୍ୟକୁ ଖସିପଡ଼ିଛି । ସେଥିରେ ଥିବା ଡ଼୍ରାଇଭର ପଳସୁଧାର ତନବିର ଖାଲିଦ ଓ ଅଲୋକ ମହାପାତ୍ର ଶଂଖେଶ୍ୱର ଗୁରୁତର ଆହତ ହୋଇଥିଲେ । ଅଶୋକଙ୍କର ମୁଣଣ୍ଡ ଫାଟିଯିବା ସହିତ ହାତ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା । ଖବର ପାଇ ୧୦୮ ଆମ୍ବୁଲାନ୍ସ ସେଠାରେ ପଂହଂଚି ଆହତଙ୍କୁ ପାଟକୁରା ମେଡ଼ିକାଲ ନେଇଥିଲା । କାର ଟି ଭାଙ୍ଗିରୁଜିଯାଇଥିବା ଦେଖାଯାଇଛି । ଓଡ଼ିଶା ସମାଚାର