Thursday , March 23 2023
Home / କ୍ରୀଡ଼ା / ଆନ୍ତଃକ୍ଲବ କି୍ରକେଟ ଟୁର୍ଣ୍ଣାମେଂଟ ଫାଇନାଲରେ ପାରାଦୀପ କି୍ରକେଟ ଏକାଡେମୀ ବିଜୟୀ

ଆନ୍ତଃକ୍ଲବ କି୍ରକେଟ ଟୁର୍ଣ୍ଣାମେଂଟ ଫାଇନାଲରେ ପାରାଦୀପ କି୍ରକେଟ ଏକାଡେମୀ ବିଜୟୀ

ପାରାଦୀପ ୦୫/୦୩/୨୦୨୧(ଓଡ଼ିଶା ସମାଚାର)- ଓଡିଶା କି୍ରକେଟ ଆସୋସିଏସନ ପକ୍ଷରୁ ଗୋପବନ୍ଧୁ କି୍ରଡା ସଂସଦ ଦ୍ୱାରା ଆୟୋଜିତ ଆନ୍ତଃକ୍ଲବ କି୍ରକେଟ ଟୁର୍ଣ୍ଣାମେଂଟ ର ଫାଇନାଲ ମ୍ୟାଚରେ ପାରାଦୀପ କି୍ରକେଟ ଏକାଡେମୀ ବିଜୟୀ ଳାଭ କରିଛି । ଏହି ଫାଇନାଲ ମ୍ୟାଚ ପାରାଦୀପ କି୍ରକେଟ ଏକାଡେମୀ ଓ ପାରାଦୀପ ପୋର୍ଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପାରାଦୀପ ପୋର୍ଟ କ୍ଲବ ଟସ୍ ଜିତି ନିର୍ଦ୍ଧାରିତ ୫୦ଓଭରରେ ୯ଉଇକେଟ୍ ହରାଇ ୨୧୧ ରନ୍ କରିଥିବା ବେଳେ ପୋର୍ଟ କ୍ଲବର ଦିବ୍ୟସିଂହ ସାହୁ ୧୪୪ ବଲ୍ ରେ ୮୮ରନ୍ କରି ଅପରାଜିତ ରହିଥିଲେ । ଏହାର ଜବାବରେ ପାରାଦୀପ କି୍ରକେଟ ଏକାଡେମୀ ୩୪.୫ଓଭରରେ ୬ ଉଇକେଟ୍ ହରାଇ ୨୧୨ ରନ୍ କରି ବଜୟ ଲାଭ କରିଛି । ତେବେ ପାରାଦୀପ କି୍ରକେଟ ଏକାଡେମୀ ପକ୍ଷରୁ ଅଧିନାୟକ ଅର୍ପିତ ସତ୍ୟମ ମହାନ୍ତି ୭୦ରନ୍ କରିଥିଲେ । ଦୀର୍ଘ ୪ଦିନ ଧରି ଏହି ଟୁର୍ଣ୍ଣାମେଂଟରେ ବେଷ୍ଟ ବ୍ୟାଟସ୍ମ୍ୟାନ ଭାବରେ ଅର୍ପିତ ସତ୍ୟମ ମହାନ୍ତି, ବେଷ୍ଟ ବୋଲର ଭାବେ ଜୟ ପ୍ରକାଶ ନାୟକ, ମ୍ୟାନ ଅଫ୍ ଦି ସିରିଜ୍ ଭାବେ ଦିବ୍ୟସିଂହ ସାହୁଙ୍କୁ ପୁରସ୍କୃତ କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.