ରାଉରକେଲା,୦୪/୦୩/୨୦୨୧(ଓଡ଼ିଶା ସମାଚାର)- ନାରୀ ସଶକ୍ତିକରଣ ତଥା ମହିଳାଙ୍କୁ ରୋଜଗାରକ୍ଷମ କରିବା ପାଇଁ ରୋଟାରୀ କ୍ଲବ୍ ଷ୍ଟିଲ୍ ସିଟି ଛେଣ୍ଡ କଲୋନୀର କଳିଙ୍ଗ ବିହାର ସାଂସ୍କୃତିକ ପରିଷଦରେ ଏକ କର୍ମଶାଳାର ଆୟୋଜନ କରିଥିଲେ । ଏହି କର୍ମଶାଳାକୁ ଡିଜି ରୋଟାରିୟାନ ଏଫ୍.ସି. ମହାନ୍ତି ଉଦଘାଟନ କରି କ୍ଲବ୍ ର ଯୋଗ ଦେଇଥିବା ସମସ୍ତ ମହିଳାଙ୍କୁ ଆତ୍ମନିର୍ଭର ହେବା ପାଇଁ ଆହ୍ୱାନ ଦେଇଥିଲେ । କର୍ମଶାଳାରେ ବିଭିନ୍ନ ଏସଏଚଜି ଗ୍ରୁଙ୍ଗୟ ରୁ ୨୫ ଜଣ ମହିଳା ଅଂଶଗ୍ରହଣ କରିଥିଲେ । ସେମାନଙ୍କ ରୋଟାରିୟାନ ଗୌରୀ ନାଗ ଛତୁଚାଷ ସମ୍ପର୍କରେ ବିଭିନ୍ନ ଉପାଦେୟ ତାଲିମ ଦେଇଥିଲେ । କ୍ଲବ୍ ସଭାପତି ରୋଟାରିୟାନ ସୁଚିସ୍ମିତା ବିଶ୍ୱାସ ଓ ଚେୟାର ପର୍ସନ ରୋଟାରିଆନ କୁମାର ବେହେରା ଏହି ଚାଷ କିପରି ଲାଭଦାୟକ ହୋଇପାରିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ । କ୍ଲବ୍ ର ପରାମର୍ଶଦାତ୍ରୀ ରୋଟାରିୟାନ ଅଞ୍ଜନ ମୈତ୍ର ଓ ଏଜି ରୋଟାରିୟାନ କୋଏନା ବହିଦାର ଛତୁ ପ୍ରକଳ୍ପକୁ ଆଗେଇ ନେଇ ମହିଳାମାନଙ୍କୁ ରୋଜଗାରକ୍ଷମ କରିପାରିଲେ ମହିଳାମାନେ ଆତ୍ମନିର୍ଭର ହୋଇପାରିବେ ବୋଲି କହିଥିଲେ । କଳିଙ୍ଗ ବିହାର ସାଂସ୍କୃତିକ ପରିଷଦ ସଭାପତି ଅଭୟ ଦାସ ଓ ଛେଣ୍ଡ କାଉସିଲର ଜର୍ଜ ଆନନ୍ଦ ଏହି କର୍ମଶାଳାରେ ଉପସ୍ଥିତ ରହି ମହିଳାମାନଙ୍କୁ ଉତ୍ସାହିତ କରିବା ସହ କ୍ଲବ୍ ର ଏଭଳି କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ । ରୋଟାରିୟାନ ଅର୍ଚ୍ଚନା ମହାନ୍ତି କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ ରୋଟାରିୟାନ ଅଗ୍ନିଶିଖା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କର୍ମଶାଳାରେ ତାଲିମ୍ ନେଇଥିବା ସମସ୍ତ ମହିଳାଙ୍କୁ ସାର୍ଟିଫିକେଟ୍ ପ୍ରଦାନ ସହ ଛତୁରୁ ତିଆରି ହୋଇଥିବା ପାମ୍ପଡ ଓ ବିସ୍କୁଟ ମଧ୍ୟ ବଂଟନ କରାଯାଇଥିଲା । କାର୍ଯ୍ୟକ୍ରମରେ କ୍ଲବ୍ ସଦସ୍ୟା ରୋଟାରିୟାନ ପୁତୁଲ ରାହୁଲ, ସନ୍ଧ୍ୟାରାଣୀ ବରାଳ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର