Monday , March 27 2023
Breaking News
Home / ବିଶେଷ / ଭିସୁଟ୍ ରୁ କଂଟେନମେଂଟ ହଟିଲା

ଭିସୁଟ୍ ରୁ କଂଟେନମେଂଟ ହଟିଲା

ଭୁବନେଶ୍ୱର, ୦୪/୦୩/୨୦୨୧(ଓଡ଼ିଶା ସମାଚାର)- ବୁର୍ଲାସ୍ଥିତ ଭିସୁଟ୍ ପରିସରରୁ କଂଟେନମେଂଟ କଟକଣା ଉଠିଛି । ଟେଷ୍ଟିଂ ଓ ସର୍ଭେ ଶେଷ ହେବା ପରେ ଜିଲ୍ଲା ପ୍ରଶାସନ କଂଟେନମେଂଟ୍ କଟକଣା ଉଠାଇଦେଇଛି । କିନ୍ତୁ ପ୍ରଶାସନ କହିଛି ଯେ କଟକଣା ହଟିବା ପରେ ମଧ୍ୟ ଆଗାମୀ ୭ ଦିନ ଯାଏଁ ଆକ୍ଟିଭ ସର୍ଭେଲାନ୍ସ ଜାରି ରହିବ । ଭିସୁଟ୍ ପରିସରରୁ କଂଟେନମେଂଟ କଟକଣା ଉଠିବା ନେଇ ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସକ୍ସେନା ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି । କରୋନା ସଂକ୍ରମଣ ବ୍ୟାପିବା ଦୃଷ୍ଟିରୁ ସମ୍ବଲପୁର ଜିଲ୍ଲାପାଳ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍)ର ୧୧ଟି ଛାତ୍ରାବାସ/ଛାତ୍ରୀନିବାସକୁ କଂଟେନମେଂଟ ଜୋନ୍ ଘୋଷଣା କରିଥିଲେ । ଶତାଧିକ ଛାତ୍ରଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ସ୍ନାତକ ଓ ସ୍ନାତକୋତର ଶ୍ରେଣୀ ପାଠ୍ୟକ୍ରମର ଦ୍ୱିତୀୟ, ଚତୁର୍ଥ, ଷଷ୍ଠ, ଅଷ୍ଟମ ଓ ଦଶମ ସେମିଷ୍ଟର ଛାତ୍ରଛାତ୍ରୀଙ୍କୁ ଅଧ୍ୟୟନ ପାଇଁ ଆସନ୍ତା ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ଏକାଡେମିକ୍ କ୍ୟାମ୍ପସ୍ କୁ ଆସିବାକୁ ବାରଣ କରାଯାଇଥିଲା । ସେମାନେ ଛାତ୍ରବାସ/ ଛାତ୍ରୀନିବାସରେ ଅନଲାଇନ୍ କ୍ଲାସ୍ କରିବାକୁ କୁହାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.