- ଭାରତୀୟ ଆଲୁମିନିୟମ ଉଦ୍ୟୋଗର ଆତ୍ମନିର୍ଭରଶୀଳତା ଏବଂ ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦିତା ପାଇଁ ବିପୁଳ ବକ୍ସାଇଟ ସଂରକ୍ଷଣକୁ ପରିଚାଳନା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ
ଡ. ତପନ କୁମାର ଚାନ୍ଦ, ଏକ୍ସ-ସିଏମ୍ଡି ନାଲକୋ ଏବଂ ଅଥର ଅଫ ବୁକ୍-“ଆଲୁମିନିୟମ: ଦ ଷ୍ଟ୍ରାଟେଜିକ ମେଟାଲ”
୫ ଟ୍ରିଲିୟନ ଡଲାରର ଅର୍ଥନୀତି ହେବାର ଗୌରବ ହାସଲ ପାଇଁ ଆଲୁମିନିୟମ ରଣନୀତିକ ମହତ୍ୱକୁ ଏଡ଼ାଇ ଦିଆଯାଇପାରିବ ନାହିଁ । ପ୍ରତିରକ୍ଷା,ଏରୋସ୍ପେଶ, ପରିବହନ, ଉର୍ଜ୍ଜା ସୁରକ୍ଷା, ନିର୍ମାଣ ଓ କୋଠାବାଡ଼ି ପରି ମୂଳ କ୍ଷେତ୍ରଗୁଡ଼ିକରେ ଆଲୁମିନିୟମର ସ୍ଥାନ ଗୁରୁତ୍ୱପୂର୍ଣ୍ଣ ଅଟେ । ଆଲୁମିନିୟମ ଆଧୁନିକ ଯୁଗର ସବୁକିଛି ଚାହିଦା ପୂରଣ କରୁଛି । ବିଶ୍ୱ ଜନସ୍ୱାସ୍ଥ୍ୟ ସଂକଟରୁ ଭାରତ ରକ୍ଷା ପାଇବା ପରେ ଏହା ର୍ସବଭାରତୀୟ ସ୍ତରରେ ଆଲୁମିନିୟମର ତୃତୀୟ ବୃହତମ ଉପôାଦକ ଭାବରେ ନିଜ କାର୍ଯ୍ୟକୁ ଜାରି ରଖିଛି ଓ ଘରୋଇ ଆଲୁମିନିୟମର ଚାହିଦା ଆସନ୍ତା ୫ ବର୍ଷ ମଧ୍ୟରେ ବର୍ତମାନର ୪ ନିୟୂତ ଟନଠାରୁ ୮ ନିୟୁତ ଟନକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।
ଏହି ଘରୋଇ ଚାହିଦାକୁ ବଜାୟ ରକôବା ପାଇଁ ବକ୍ସାଇଟ ଉପôାଦନ ୨୨ ନିୟୂତ ଟନରୁ ୫୦ ମିଲିୟନ ଟନକୁ ବୃଦ୍ଧି କରାଯିବା ଆବଶ୍ୟକ ଯାହା ୧ଟନ ଆଲୁମିନିୟମ ପ୍ରତି ୬ଟନ ବକ୍ସାଇଟ । ବକ୍ସାଇଟ ଖଣି ଓ ଆଲୁମିନିୟମର ବୃଦ୍ଧି ପାଇଁ ଟ. ୨ଲକ୍ଷ କୋଟି ନିବେଶ ହେବ ବୋଲି ଆକଳନ କରାଯାଇଛି ।
ପୂବରୁ ବକ୍ସାଇଟ ଖଣି ଓ ଆଲୁମିନିୟମ ଉଦ୍ୟୋଗ ପାଇଁ ଟ.୧.୫ଲକ୍ଷ କୋଟି ନିବେଶରେ ପ୍ରାୟ ୨୦ ଲକ୍ଷ ଲୋକଙ୍କ ଜୀବିକା ନିର୍ବାହ ହୋଇ ପାରିଛି । ଆଉ ମଧ୍ୟ ୪୦୦୦ଏମଏସଏମଇ ବିକଶିତ ହେବା ଦ୍ୱାରା ୧ ନିୟୂତ ବ୍ୟକ୍ତି ଉର୍ପାଜନକ୍ଷମ ହୋଇ ପାରିବେ ।
ବକ୍ସାଇଟ ଭାରତର ୫ମ ବୃହତମ ଭଣ୍ଡାର । ଏହା ସତ୍ୱେ ନିଲାମ ବ୍ୟବସ୍ଥା ଆରମ୍ଭ ହେବା ପରଠାରୁ ରାଜ୍ୟ ସରକାରଙ୍କ ଦ୍ୱାରା ଗତ ୫ ବର୍ଷ ମଧ୍ୟରେ ମେଟାରଲଜିକାଲ ଗ୍ରେଡ ବକ୍ସାଇଟ ଖଣିର ସଫଳ ନିଲାମ ହୋଇ ପରି ନାହିଁ । ଯଦ୍ୱାରା ବକ୍ସାଇଟ ଆମଦାନି ବୃଦ୍ଧି ପାଇଛି ଓ ଭାରତୀୟ ଖଣି ଗୁଡ଼ିକ ପାଇଁ ୪୦୦ ମିଲିୟନ ଡଲାର କ୍ଷତି ଘଟିଛି । ଏହା ଦେଶର ନିଯୁକ୍ତି ଓ ସାମାଜିକ ଅର୍ଥନୀତି ଉପରେ ପ୍ରଭାବ ପକାଇଛି ।
ଭାରତୀୟ ଆଲୁମିନିୟମ ଉତ୍ପାଦକମାନେ ଅତ୍ୟାଧୁନିକ ଜ୍ଞାନକୌଶଳ ସହାୟତାରେ ବିପୁଳ ପରିମାଣର ବିନିଯୋଗ କରିଛନ୍ତି ଯାହା ଏହି ଦୂରବର୍ତି ଅଂଚଳରେ ଥିବା ବକ୍ସାଇଟ ଖଣି ଗୁଡ଼ିକ ପାଇଁ ବହୁ ସୁଯୋଗ ସୃଷ୍ଟି କରିଛି । ଖଣି ଖୋଲିବା ଦ୍ୱାରା ୧୦,୦୦୦ରୁ ଅଧିକ ଜୀବିକା ନିର୍ବାହ ହେବାର ସୁଯୋଗ ରହିଛି । ଐହା ବ୍ୟତୀତ ରାଜ୍ୟ ରାଜକୋଷକୁ ଏଥିରୁ ଟ.୫୦୦୦ କୋଟି ଅତିରିକ୍ତ ଅବଦାନ ମିଳିପାରିବ ।
ଭାରତରେ ୩.୮ ବିଲିୟନ ଟନ ବକ୍ସାଇଟ ଭଣ୍ଡାରକୁ ନିଲାମରେ ଆଣିବା ଏବଂ ବିଦ୍ୟମାନ ଖଣି ଗୁଡ଼ିକର କ୍ଷମତାକୁ ଅତିକମରେ ୫୦ % ବୃଦ୍ଧି କରିବା ଦ୍ୱାରା ଭାରତୀୟ ଆଲୁମିନିୟମ ଶିଳ୍ପର ବିଶ୍ୱ ପ୍ରତିଯୋଗୀତାକୁ ଆଉ ପାଦେ ଆଗେଇ ନେବାରେ ସମର୍ଥ ହେବ । ବିଭିନ୍ନ ରାଜ୍ୟ ସରକାର ବକ୍ସାଇଟ ଖରି ଗୁଡ଼ିକୁ ନିଲାମ ନହୋଇ ପାରିବାର କାରଣ ବର୍ତମାନର ମୂଲ୍ୟ ସଂରଚନା । ଯେଉଁଥିରେ ଅନ୍ତର୍ଭୁକ୍ତ ବିଭିନ୍ନ ପ୍ରକାର କାରକ ।
ଆମର ପ୍ରାକୃତତିକ ସଂପଦର ସୁବିନିଯୋଗ ହୋଇ ପରିଲେ ଦେଶ ସମୃଦ୍ଧ ହେବ । ବର୍ତମାନ ଏହି ସମୟ ଉପସ୍ଥିତ । ଖଣି ଗୁଡ଼ିକର କ୍ଷମତାକୁ ୫୦% ବୃଦ୍ଧି କରି ଘରୋଇ ଚାହିଦା ପୂରଣ ପାଇଁ ବକ୍ସାଇଟ ଖଣିକୁ ନିଲାମରେ ଆଣି ହାସଲ କରାଯାଇ ପାରିବ ।
ଘରୋଇ ବକ୍ସାଇଟ ଉତ୍ପାଦନ ବୃଦ୍ଧି ଓ ଭାରତୀୟ ଆଲୁମିନିୟମ ଉଦ୍ୟୋଗର ସମ୍ବାବନାକୁ ପୂର୍ଣ୍ଣ ଉପଯୋଗ କରିବାର କ୍ଷମତା ଏହାକୁ ଆତ୍ମ ନିର୍ଭରଶୀଳ ଓ ମୁଦା୍ର ସଂଚୟ କରିବାରେ ବହୁ ସହାୟକ ହେବ । ସ୍ଥାନୀୟ ଭାବରେ ନିଯୁକ୍ତି ସୃଷ୍ଟି ଓ ସାମାଜିକ ଅର୍ଥନୀତିର ବିକାଶ ହୋଇ ପାରିବ ।