Monday , March 27 2023
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ପ୍ରସିଦ୍ଧ ଓଳକଣା ମେଲଣ ପାଇଁ ଅନୁମତି ପ୍ରଦାନ ନିମନ୍ତେ ଜିଲ୍ଲାପାଳଙ୍କୁ ନିବେଦନ

ପ୍ରସିଦ୍ଧ ଓଳକଣା ମେଲଣ ପାଇଁ ଅନୁମତି ପ୍ରଦାନ ନିମନ୍ତେ ଜିଲ୍ଲାପାଳଙ୍କୁ ନିବେଦନ

କେନ୍ଦ୍ରାପଡା, ୦୪/୦୩/୨୦୨୧(ଓଡ଼ିଶା ସମାଚାର)- ପ୍ରସିଦ୍ଧ ଓଳକଣା ମେଲଣ ପାଇଁ ଅନୁମତି ପ୍ରଦାନ କରାଯିବାକୁ ଜିଲ୍ଲାପାଳଙ୍କୁ ଓଳକଣା ମେଲଣ ସମନ୍ୱୟ କମିଟି ପକ୍ଷରୁ ନିବେଦନ କରାଯାଇଛି । ପୂର୍ବ ପରମ୍ପରା ଅନୁଯାଇ ଶ୍ରୀ ଶ୍ରୀ ହରିହରଜୀଉଙ୍କ ପୁରାଣ ପ୍ରସିଦ୍ଧ ପବିତ୍ର ଓଳକଣା ମେଲଣା ଫାଲଗୁନ ଶୁକ୍ଳ ଚର୍ତୁଦର୍ଶୀ ତିଥୀରେ ଆସନ୍ତା ମାର୍ଚ୍ଚମାସ ୨୭ତାରିଖ ସନ୍ଧ୍ୟାରୁ ରବିବାର ସକାଳ ଅବଧି ମଧ୍ୟରେ ଅନୁଷ୍ଠିତ ହେବ । ଏହି ଦେବ ଆଶିର୍ବାଦ ଭରା ଅଲୌକିକ ପାରମ୍ପରିକ ମେଲଣ ପ୍ରଭୁ ହରିହରଜୀଉ ଓ ଭକ୍ତ ବିଦୂରଙ୍କ ମେଲଣ ଓଡିଆ ସଂସ୍କୃତି ଭଳି ବେଶ ସୁପ୍ରାଚୀନ ଏବଂ ବୋଇତବନ୍ଦାଣ ଭଳି ଗୌରବ ଭରା ଐତିହ୍ୟ । ଶ୍ରୀ ହରିହରଜୀଉଙ୍କ ସମେତ ଅନ୍ୟ ଜୀଉମାନେ ପଡିଆରେ ବିରାଜମାନ ହୋଇ ଆସିବା ଏକ ଚିରାଚରିତ ରୀତି ଓ ପ୍ରଥା ।  ଏଥିପାଇଁ ଶ୍ରୀଜୀଉମାନଙ୍କ ପରିଚାଳକ ଓ ସେବାୟତମାନେ ବିଧି ପାଖରେ ଅନୁବନ୍ଧିତ । କାରଣ ଶ୍ରୀଜୀଉମାନେ ବର୍ଷେ ଉପସ୍ଥିତ ନହେଲେ ପରବର୍ତୀ ବାରବର୍ଷ ମେଲଣ ପଡିଆରେ ପ୍ରବେଶ କରିପାରିବେ ନାହିଁ । ଏହା ବଡ ବିଚିତ୍ର ବିଧାନ । ଏଣୁ ଏହି ଅଦ୍ୱିତୀୟ ଓଳକଣା ମେଲଣକୁ ମହାମାରୀ କୋଭିଡ- ୧୯ ନିୟମ ପାଳନ ପୂର୍ବକ ଚଳିତବର୍ଷ ପାଳନ କରିବାକୁ ଅନୁମତି ପ୍ରଦାନ କରାଗଲେ ଜଗତର କଲ୍ୟାଣ ହେବ ବୋଲି ଜିଲ୍ଲାପାଳଙ୍କୁ ଓଳକଣା ମେଲଣ ସମନ୍ୱୟ କମିଟି ପକ୍ଷରୁ ସଭାପତି ତଥା ଓଳାଶୁଣି ଗୁମ୍ଫାର ମହନ୍ତ ନାମାନନ୍ଦ ଦାସ, ମହନ୍ତ ସୁଧାକର ଦାଶ, ମହନ୍ତ ପର୍ଶୁରାମ ଦାଶ, ବେବର୍ତା ଅଜୟ ଦାସ, ରତିକାନ୍ତ ସାମଲ, ବିଜୟ କୁମାର ମଲ୍ଲିକ, କରୁଣାକର କର, ସୁବାସ ଚନ୍ଦ୍ର ବେହେରା, ଦୀନବନ୍ଧୁ ପାତ୍ର, କ୍ଷୀରୋଦ ଚନ୍ଦ୍ର ବିହାରୀ, ଶିବ ପ୍ରସାଦ ରଥ ପ୍ରମୁଖ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.