Wednesday , March 29 2023
Home / ବିଶେଷ / ପରୀ ହତ୍ୟା ମାମଲା : ହାଇକୋର୍ଟରେ ଅଭିଯୁକ୍ତ ନାବାଳକ

ପରୀ ହତ୍ୟା ମାମଲା : ହାଇକୋର୍ଟରେ ଅଭିଯୁକ୍ତ ନାବାଳକ

କଟକ, ୦୪/୦୩/୨୦୨୧(ଓଡ଼ିଶା ସମାଚାର)- ନୟାଗଡ଼ ଜିଲ୍ଲା ଯଦୁପୁର ଅଂଚଳର ସୌଦାମିନୀ ସାହୁଙ୍କ ୫ ବର୍ଷର ଝିଅ ପରୀ ହତ୍ୟା ମାମଲାରେ ଗିରଫ ହୋଇଥିବା ନାବାଳକ ନ୍ୟାୟ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି । ପରୀ ହତ୍ୟା ପ୍ରସଙ୍ଗରେ ତାଙ୍କ ବିରୁଦ୍ଧରେ ନିମ୍ନ ଅଦାଲତରେ ଥିବା ବିଚାରାଧୀନ ମାମଲାକୁ ଖାରଜ କରିବାକୁ ସେ ହାଇକୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି । ଏସଆଇଟି ପକ୍ଷରୁ ତାଙ୍କ ବିରୁଦ୍ଧରେ ନୟାଗଡ଼ ପୋକସୋ କୋର୍ଟରେ ଗତ ୧୫ ତାରିଖରେ ଦାଖଲ କରିଥିବା ଅଭିଯୋଗଫର୍ଦ୍ଧ ଓ ଅଦାଲତ ଗ୍ରହଣ କରିଥିବା କଗନିଜାନସ୍ ଆଦେଶକୁ ଖାରଜ କରାଯାଉ ବୋଲି ସେ ଆବେଦନ କରିଛନ୍ତି । ମାମଲାରେ ଦର୍ଶାଯାଇଛି ଯେ ପରୀ ହତ୍ୟା ପ୍ରସଙ୍ଗରେ ତାଙ୍କ ବିରୁଦ୍ଧରେ ଉପଯୁକ୍ତ ପ୍ରମାଣ ନଥାଇ ବେଆଇନ ଭାବେ ଅଭିଯୋଗଫର୍ଦ୍ଧ ଦାଖଲ କରାଯିବା ସହ କଗନିଜାନ୍ସ ଆଦେଶ ଦିଆଯାଇଛି । ଏହି ମାମଲାରେ ନାବାଳକଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଅଭିଯୋଗକୁ ଗ୍ରହଣ କରାଯାଇନାହିିଁ ବୋଲି କୁହାଯାଇଛି । ପରୀ ହତ୍ୟା ଘଟଣାରେ ଗିରଫ ହୋଇଥିବା ନାବାଳକଙ୍କ ଟେଷ୍ଟ୍ ରିପୋର୍ଟ ମୃତ ପରୀର ରିପୋର୍ଟ ସହ ମେଳ ଖାଉନାହିିଁ । ଏପରି ସ୍ଥିତିରେ ପରୀ ହତ୍ୟା ମାମଲାରେ ଏସଆଇଟି ତାଙ୍କୁ ରାଜନୈତିକ ନେତାଙ୍କ ଆଦେଶ ଅନୁସାରେ ଗିରଫ କରିଛି ବୋଲି କହିଛନ୍ତି । ଅନ୍ୟପକ୍ଷରେ ମୃତ ପରୀର ମାଆଙ୍କ ପକ୍ଷରୁ ଦାଖଲ ଏଫଆଆର ରେ ଯେଉଁ ବ୍ୟକ୍ତିମାନଙ୍କ ନାମ ଉଲ୍ଲେଖ କରାଯାଇଛି, ପୁଲିସ୍ ସେମାନଙ୍କ ନାମକୁ ତଦନ୍ତ ପରିସରକୁ ନେଇନାହିିଁ ବୋଲି ଦର୍ଶାଯାଇଛି । ବିଶେଷକରି ବିଭିନ୍ନ ଗଣମାଧ୍ୟମରେ ଏ ସମ୍ପର୍କରେ ଖବର ପ୍ରସାରଣ ପରେ ମଧ୍ୟ ପୁଲିସ୍ ଉକ୍ତ ପ୍ରସଙ୍ଗକୁ ତଦନ୍ତ ପରିସରଭୁକ୍ତ କରିନାହିିଁ । ଏପରି ସ୍ଥିତିରେ ତଦନ୍ତକାରୀ ସଂସ୍ଥା ସଠିକ୍ ଭାବେ ତଦନ୍ତ କରିନାହିିଁ ବୋଲି କୁହାଯାଇଛି । ଆବେଦନକାରୀ ନାବାଳକଙ୍କ ପକ୍ଷରୁ ଆଇନଜୀବୀ ମାନସ ଚାନ୍ଦ ଏହି ମାମଲା ପରିଚାଳନା କରୁଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.