ଭୁବନେଶ୍ୱର,୦୪/୦୩/୨୦୨୧(ଓଡ଼ିଶା ସମାଚାର)- ଦକ୍ଷିଣ କେନ୍ଦ୍ରୀୟ ରେଳପଥ ଅଧିନ ଗୁଂଟାକାଲ ରେଳମଣ୍ଡଳ ଅନ୍ତର୍ଗତ ତିରୁପତି ରେଳ ଷ୍ଟେସନର ଦକ୍ଷିଣ ପାର୍ଶ୍ୱରେ ୟାର୍ଡ ନବୀକରଣ, ସିଗନାଲ୍ ବ୍ୟବସ୍ଥା ଏବଂ ବିଦୁ୍ୟତିକରଣ କାର୍ଯ୍ୟ ସହିତ ନିରାପତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ମଧ୍ୟରୁ ଚଳାଚଳ କରୁଥିବା କେତେକ ଟ୍ରେନ୍ ସେବା ପ୍ରଭାବିତ ହେବ । କେତେକ ଟ୍ରେନ୍ କୁ ବାତିଲ୍ କରାଯାଇଥିବାବେଳେ କେତେକକୁ ଆଂଶିକ ବାତିଲ୍ କରାଯାଇଛି । ଗୁରୁବାର ଠାରୁ କ୍ରମାନ୍ୱୟରେ ୧୧ଟି ଟ୍ରେନ୍ କୁ ବାତିଲ୍ କରାଯାଇଛି । ୦୨୭୦୮ ତିରୁପତି-ବିଶାଖାପାଟଣା ସ୍ପେଶାଲ୍, ୦୭୪୭୯ ତିରୁପତି – ପୁରୀ ସ୍ପେଶାଲ୍ ତିରୁପତିଠାରୁ ଆସନ୍ତା ୫ରୁ ୧୨ ତାରିଖ ମଧ୍ୟରେ ବାତିଲ୍ ରହିବ । ୦୮୪୭୯ ଭୁବନେଶ୍ୱର- ତିରୁପତି ସ୍ପେଶାଲ୍ ଭୁବନେଶ୍ୱରରୁ,୦୨୭୦୭ ବିଶାଖାପାଟଣା – ତିରୁପତି ସ୍ପେଶାଲ୍ ବିଶାଖାପାଟଣା ଠାରୁ ଆସନ୍ତା ୬ ତାରିଖ ଦିନ ବାତିଲ୍ ହେବ । ୦୮୪୮୦ ତିରୁପତି ଭୁବନେଶ୍ୱର ସ୍ପେଶାଲ୍ ତିରୁପତିରୁ, ୦୨୦୭୧ ଭୁବନେଶ୍ୱର –ତିରୁପତି ସ୍ପେଶାଲ୍ ଭୁବନେଶ୍ୱରରୁ ଆସନ୍ତା ୭ ତାରିଖ ଦିନ ବାତିଲ୍ ହେବ । ୦୭୪୮୧ ତିରୁପତି-ବିଳାଶପୁର ସ୍ପେଶାଲ୍ ତିରୁପତିରୁ ଆସନ୍ତା ୭ ଏବଂ ୧୧ ତାରିଖ ଦିନ ବାତିଲ୍ ରହିବ । ୦୭୪୮୦ ପୁରୀ-ତିରୁପତି ସ୍ପେଶାଲ୍ ପୁରୀରୁ ଆସନ୍ତା ୭ରୁ ୧୪ ତାରିଖ ମଧ୍ୟରେ ବାତିଲ୍ ରହିବ । ୦୨୦୭୨ ତିରୁପତି-ଭୁବନେଶ୍ୱର ସ୍ପେଶାଲ୍ ତିରୁପତିରୁ ଆସନ୍ତା ୮ ତାରିଖ ଦିନ ବାତିଲ୍ ରହିବ । ସେହିପରି ୦୨୭୦୭ ବିଶାଖାପାଟଣା- ତିରୁପତି ସ୍ପେଶାଲ୍ ବିଶାଖାପାଟଣା ଠାରୁ ଆସନ୍ତା ୮ରୁ ୧୩ ତାରିଖ ମଧ୍ୟରେ ବାତିଲ୍ ରହିବ । ୦୭୪୮୨ ବିଳାଶପୁର – ତିରୁପତି ସ୍ପେଶାଲ୍ ବିଳାଶପୁରରୁ ଆସନ୍ତା ୯ ଏବଂ ୧୩ ତାରିଖ ଦିନ ବାତିଲ ରହିବ । ସେହିପରି ଗୁରୁବାର ଦିନ ବିଶାଖାପାଟଣା ଠାରୁ ଛାଡ଼ିବାକୁ ଥିବା ୦୨୭୦୭ ବିଶାଖାପାଟଣା- ତିରୁତି ସ୍ପେଶାଲ୍ ରେଣିଗୁଂଟା ଏବଂ ତିରୁପତି ମଧ୍ୟରେ ବାତିଲ୍ ରହିବ ।
ଆସନ୍ତା ୭ ତାରିଖ ଦିନ ନାଗେରକୋଏଲ୍ ରୁ ଛାଡ଼ିବାକୁ ଥିବା ୦୨୬୫୯ ନାଗେରକୋଏଲ୍-ଶାଲିମର ସ୍ପେଶାଲ୍, ୮ ତାରିଖ ଦିନ ଯଶୋବନ୍ତପୁରଠାରୁ ଛାଡ଼ିବାକୁ ଥିବା ୦୨୮୯୦ ଯଶୋବନ୍ତପୁର-ଟାଟା ସ୍ପେଶାଲ ଏବଂ ୧୧ ତାରିଖ ଦିନ ଯଶୋବନ୍ତପୁରଠାରୁ ଛାଡ଼ିବାକୁ ଥିବା ୦୨୮୩୬ ଯଶୋବନ୍ତପୁର-ହାଟିଆ ସ୍ପେଶାଲ ଏହାର ନିର୍ଦ୍ଧାରିତ ମାର୍ଗ କାଟପାଡ଼ି-ତିରୁପତି-ରେଣିଗୁଂଟା ମାର୍ଗ ପରିବର୍ତେ କାଟପାଡ଼ିମେଲପାକକାମ୍-ରେଣିଗୁଂଟା ମାର୍ଗ ଦେଇ ଚଳାଚଳ କରିବ । ୦୭୪୮୭/୦୭୪୮୮ କଡପ୍ପା-ବିଶାଖାପାଟଣା-କଡପ୍ପା ସ୍ପେଶାଲ କଡପ୍ପାଠାରୁ ଆସନ୍ତା ୧୧ ଓ ୧୨ ତାରିଖ ଦିନ ଏବଂ ବିଶାଖାପାଟଣାଠାରୁ ଆସନ୍ତା ୧୦ ଏବଂ ୧୧ ତାରିଖ ଦିନ ଯାତ୍ରା ସମୟରେ ତିରୁତି ଷ୍ଟେସନ୍କୁ ସ୍ପର୍ଶ କରିବ ନାହିଁ । ଓଡ଼ିଶା ସମାଚାର
Home / ବିଶେଷ / ତିରୁପତି ଷ୍ଟେସନ୍ ଠାରେ ନିରାପତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଆଜିଠାରୁ ୧୧ଟି ଟ୍ରେନ୍ ବାତିଲ୍