କେନ୍ଦ୍ରାପଡା, ୦୪/୦୩/୨୦୨୧(ଓଡ଼ିଶା ସମାଚାର)- ଗୋମିତ୍ରମାନଙ୍କୁ ତୁରନ୍ତ ପରିଚାରକ ପଦରେ ନିଯୁକ୍ତି ପ୍ରଦାନ କରାନଗଲେ ସେମାନେ ବିଭାଗୀୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ ପୂର୍ବକ ଚେତାବନୀ ଦେଇଛନ୍ତି । ଜିଲ୍ଲାର ବିଭିନ୍ନ ପଂଚାୟତରେ ବହୁବର୍ଷ ଧରି ନିୟମିତ ଭାବେ ଗୋମିତ୍ର ପଦରେ କାର୍ଯ୍ୟ କରିଆସୁଥିବା ବେଳେ ସେମାନେ କରୋନା ପୂର୍ବରୁ ପରିଚାରକ ପଦବୀ ନିମନ୍ତେ ପରୀକ୍ଷା ଦେଇଥିବା କହିଛନ୍ତି । କିନ୍ତୁ ସେମାନଙ୍କ ବୟସ ଅତିକ୍ରମ କରିଯାଉଥିବା ବେଳେ ସେମାନଙ୍କୁ ଏଯାବତ ପରିଚାରକ ପଦରେ ନିଯୁକ୍ତି ପ୍ରଦାନ କରାଯାଉନଥିବା ଅଭିଯୋଗ ହୋଇଛି । ତେଣୁ ସେମାନଙ୍କୁ ତୁରନ୍ତ ପରିଚାରକ ପଦରେ ନିଯୁକ୍ତି ପ୍ରଦାନ ନକଲେ ସେମାନେ ବାଧ୍ୟ ହୋଇ ବିଭାଗୀୟ କାର୍ଯ୍ୟାଳୟ ସମ୍ମୁଖରେ ଆସନ୍ତା ୮ତାରିଖରେ ଧାରଣା ଦେବାକୁ ବାଧ୍ୟହେବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ଏଥିସହିତ ଏସମ୍ପର୍କରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି । ଜ୍ୟୋତିରଞ୍ଜନ ଜେନା, ସୂର୍ଯ୍ୟକାନ୍ତ କର, ସମୀର କୁମାର ବିଶ୍ୱାଳ, ପ୍ରକାଶ ମଲ୍ଲିକ, ସରୋଜ କୁମାର ସେଠୀ, ଶ୍ରୀକାନ୍ତ କୁମାର ସାହୁ, ପ୍ରଦୀପ୍ତ ମଲ୍ଲିକ, କମଳାକାନ୍ତ ପାତ୍ର, ବରଦାକାନ୍ତ କର, ସିଦ୍ଧାର୍ଥଶଙ୍କର ରାୟ, ହରିଶ ଚନ୍ଦ୍ର ରାୟ, ବଳରାମ ମହାନ୍ତି, ଜୀବନଶଙ୍ଖାଳି ମଲ୍ଲିକ, ବିକାଶ ନାୟକ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର
Check Also
ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ ଙ୍କ ସ୍ୱତନ୍ତ୍ର ଉପକରଣ ନିମନ୍ତେ ଶିବିର
ଗରଦପୁର, ୨୭/୦୫/୨୦୨୨( ଓଡ଼ିଶା ସମାଚାର )- ADIP ଓ RVY ଯୋଜନା ମାଧ୍ୟମରେ ସ୍ୱତନ୍ତ୍ର ଚିହ୍ନଟ ଶିବିର ଗରଦପୁର ବ୍ଲକ୍ …