କେନ୍ଦ୍ରାପଡା, ୦୪/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ପଂଚାୟତର ଖମରପଡା ଗ୍ରାମର ବିଶିଷ୍ଟ କଣ୍ଠଶିଳ୍ପୀ ପରିକ୍ଷୀତ ମଲ୍ଲିକଙ୍କ ଏକାଦଶତମ ସ୍ମୃତି ଉସôବ ତାଙ୍କ ଗ୍ରାମ ଖମରପଡା ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଗୀତ ନିର୍ଦେଶକ ସତ୍ୟପ୍ରିୟ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ବିଶିଷ୍ଟ ଶିକ୍ଷାବୀତ ଦିବାକର ଜେନା, ପ୍ରାକ୍ତନ ପ୍ରଶାସକ ନିରଞ୍ଜନ ସାହୁ, ପାର୍ଥସାରଥୀ ଓଝା, ବହ୍ରକୁମାର ଧରଣୀଧର ରାଉତ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମଲ୍ଲିକଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରି ଦିବଗଂତ ଆତ୍ମା ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ସ୍ଥାନୀୟ ମା’ବାସୁଳେଇ ଭଜନ ସନ୍ଧ୍ୟା ଆନୁକୁଲ୍ୟରେ ସ୍ୱର୍ଗତ ମଲ୍ଲିକଙ୍କ ପୁତ୍ର ରାମଚନ୍ଦ୍ର ମଲ୍ଲିକଙ୍କ ସଂଯୋଜନାରେ ଏକ ମନୋଜ୍ଞ ଭଜନ ସନ୍ଧ୍ୟାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପି ସୂର୍ଯ୍ୟକାନ୍ତ ମିଶ୍ର(ରାଜା), ସୁଶାନ୍ତ କୁମାର ସ୍ୱାଇଁ, ଲୁଲୁ ନାଥ, କେଦାର ମଲ୍ଲିକ, ପାର୍ଥସାରଥି ପାତ୍ର, ବୋନସ କୁମାର ଜେନା, ଜଗନ୍ନାଥ ଦାସ(ଜଗା) ପ୍ରମୁଖ ଶିଳ୍ପିମାନେ ହୃଦୟସ୍ପର୍ଶୀ ଭଜନ, ଜଣାଣ,ଓଡିଶୀ ଇତ୍ୟାଦି ପରିବେଷଣ କରିଥିଲେ । ଖମାରପଡା ଗ୍ରାମର ଜଗନ୍ନାଥ ମଲ୍ଲିକ ଓ ଧରଣୀଧର ରାଉତ ମଂଚ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର