କଟକ,୦୪/୦୩/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟ ଅବକାରୀ ବିଭାଗର କଟକସ୍ଥିତ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ର କର୍ମଚାରୀମାନେ ସକାଳେ କଟକ-ଭୁବନେଶ୍ୱର ରାସ୍ତାର ପ୍ରତାପନଗରୀ ଛକରେ ଚଢ଼ଉ କରି ଇଣ୍ଡିଗୋ ସହିତ ୨୮ କିଲୋଗ୍ରାମ୍ ଗେଞ୍ଜଇ ଜବତ କରିଛି । ଘଟଣାରେ ଅବକାରୀ ୨ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତମାନେ ମାନସ ରଞ୍ଜନ ରଣା(୨୧) ଓ ବିଦ୍ୟାଧର ପ୍ରଧାନ(୩୬)ବୋଲି ଜଣାପଡ଼ିଛି । ପ୍ରକାଶ ଯେ, କନ୍ଧମାଳରୁ ଓଆର-୦୨ ଏୱାଇ- ୫୩୪୫ ନମ୍ବରର ଇଣ୍ଡିଗୋ କାରରେ କେନ୍ଦ୍ରାପଡ଼ାକୁ ଗେଞ୍ଜଇ ଚାଲାଣ ହେଉଥିବା ଅବକାରୀ ଆୟୁକ୍ତ ସୂଚନା ପାଇଥିଲେ । ନବନିଯୁକ୍ତ ଅବକାରୀ ଆୟୁକ୍ତ ଆଶିଷ ସିଂହଙ୍କ ପରାମର୍ଶ ଅନୁଯାୟୀ ସ୍କ୍ୱାଡ୍ର ଉପ-ଅଧିକ୍ଷକ ସିଦ୍ଧେଶ୍ୱର ବେଶ୍ରା, ଇନ୍ସପେକ୍ଟର ସୁଶାନ୍ତ କୁମାର ପାଢ଼ୀ, ସରୋଜ ପରିଡ଼ା, ଉମାକାନ୍ତ ମନିଷା ଭୋଳ ଓ ସଚିନ ବେହେରା ପ୍ରମୁଖ ପ୍ରତାପନଗରୀଠାରେ ଜଗିରହି ଗାଡ଼ିକୁ ଅଟକାଇ ଗେଞ୍ଜଇ ଜବତ କରିଥିଲେ । ୨୮ କିଲୋଗ୍ରାମ୍ର ଗେଞ୍ଜଇ ଜବତ କରିବା ସହ ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି । ଓଡ଼ିଶା ସମାଚାର