ଭୁବନେଶ୍ୱର, ୦୩/୦୩/୨୦୨୧(ଓଡ଼ିଶା ସମାଚାର)-ଭୁବନେଶ୍ୱର-କଟକ ଜାତୀୟ ରାଜପଥରେ ଥିବା ପୁରୁଣା କୁଆଖାଇ ପୋଲରେ ଆଜିଠୁ ବନ୍ଦ ରହିବ ଯାତାୟାତ । ଏହାର ମରାମତି ପାଇଁ ଆଜିଠୁ ଠିକ୍ ୨ ମାସ , ମେଁ ୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବବୋଲି କମିଶନରେଟ୍ ପୁଲିସ୍ ଟ୍ୱିଟ୍ କରି ଏହି ସୂଚନା ଦେଇଛି । ଦୀର୍ଘ ଦିନ ଧରି ଏହି ବ୍ରିଜ ବିଦସଙ୍କୁଳ ଅବସ୍ଥାରେ ଥିବାରୁ ଏହାର ମରାମତି ପାଇଁ ଦାବି ହେଉଥିଲା । ତେଣୁ ମରାମତି ହେବାକୁ ଥିବାରୁ ଏହା ଉପରେ କୌଣସି ଯାନବାହନ ଚଳଳଚଳ କରିବ ନାହିଁ । ଭୁବନେଶ୍ୱର ପଟୁ କଟକ ଯାଉଥିବା ସମସ୍ତ ପ୍ରକାର ଯାନବାହନ ମଝି କୁଆଖାଇ ପୋଲ ଦେଇ ଯାତାୟତ କରିବ । ଓଡ଼ିଶା ସମାଚାର