ନିରାକାରପୁର ୦୩/୦୩/୨୦୨୧(ଓଡ଼ିଶା ସମାଚାର)- ଆଜି ଶହଶହ ସଂଖ୍ୟାରେ ଚାଷୀଙ୍କ ମଣ୍ଡିରୁ ଧାନ ଉଠୁ ନଥିବାରୁ ଗୋଳବାଇ ସେବା ସମବାୟ ସମିତିର ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି । ୪ଶହ ଜଣ ଚାଷୀ ଟୋକନ୍ ପାଇଛନ୍ତି । ୧୧,୨୦୦କୁଇଂଟାଲ ଧାନ ପାଇଁ ସରକାରଙ୍କ ପକ୍ଷରୁ ସମବାୟ ସମିତିକୁ ଟାର୍ଗେଟ୍ ଦିଆଯାଇଛି । ଅଦ୍ୟାବଧି ୨୭୩ଜଣ ଚାଷୀଙ୍କ ଠାରୁ ମାତ୍ର ୭୫୭୩ କୁଇଂଟାଲ ଧାନ ସଂଗ୍ରହ ହୋଇଛି । ଚାଷୀ ମାନେ ସମିତି କାର୍ଯ୍ୟାଳୟରେ ତାଲା ପକାଇଥିବା ଖବର ପାଇ ଘଟଣାସ୍ଥଳରେ ଗୋଳବାଇ ସରପଂଚ ବିପିନ୍ ସେଠୀ, କୃଷି କମିଟି ସଭାପତି ରମାକାନ୍ତ ଜେନା, ପଂଚାୟତ ବିଜେଡି ସଭାପତି କଣ୍ଡୁରୀ ସାମନ୍ତରାୟ ପ୍ରମୁଖ ପହଁଚି ଚାଷୀମାନଙ୍କୁ ବୁଝାଶୁଝା କରିଥିଲେ । ଏକ ଦଶ ଜଣିଆ କମିଟି ଗଠନ କରାଯାଇ ଜିଲାପାଳଙ୍କ ପାଖକୁ ଯାଇ ଆଲୋଚନା କରି ଆସି ଚାଷୀଙ୍କୁ ଜଣାଇବା ପରେ କୃଷକ ମାନେ ଧାରଣା ରୁ ଉଠିଲା ପରେ ତାଲା ଖୋଲିଥିଲା । ଏ ନେଇ କୃଷି ସେବାସମବାୟ ସମିତିର ସଂପାଦକ ପରମେଶ୍ୱର ନାୟକଙ୍କୁ ପଚାରିବାରେ ସରକାରଙ୍କ ପକ୍ଷରୁ ଟାର୍ଗେଟ୍ ନାହିଁ ଆମେ କଣ କରିପାରିବୁ ବୋଲି କହିଥିଲେ । ସୂଚନା ଯୋଗ୍ୟ ଉକ୍ତ ସେବା ସମବାୟ ସମିତି ଟି ଗୋଡିପଡା, ଜଙ୍କିଆ, ଓ ଗୋଳବାଇ ପଂଚାୟତକୁ ନେଇ ଗଠିତ । ଓଡ଼ିଶା ସମାଚାର