ସାଲେପୁର,୦୩/୦୩/୨୦୨୧ (ଓଡିଶା ସମାଚାର/ଅଭୟ ଜେନା):କଟକ ପାରାଦୀପ ମୁଖ୍ୟ ରାସ୍ତା ର ସୋମପୁର୍ ରାସ୍ତା ପାର୍ଶ୍ବରେ ଜଣେ ଯୁବକ ଅଚେତ ଅବସ୍ଥାରେ ପଡ଼ି ରହିଥିଲେ। ସମସ୍ତେ ତାଙ୍କୁ ଅଣଦେଖା କରି ଚାଲି ଯାଉଥିଲେ। ସେହି ସମୟରେ କିଶନନଗର ୭ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ବିଳାସ ମଲିକ ସେହି ରାସ୍ତା ଦେଇ ଯାଉଥିବା ବେଳେ ଯୁବକଙ୍କୁ ଅଚେତ ଅବସ୍ଥାରେ ପଡ଼ି ରହିଥିବା ଦେଖି ତାଙ୍କ ପାଖରେ ପହଞ୍ଚିଥିଲେ। ତାଙ୍କୁ ପାଣି ଛିଞ୍ଚି ସଚେତ କରାଇଥିଲେ। ତାଙ୍କ ପାଖରେ ଏକ ବ୍ୟାଗ ପଡିଥିବା ଦେଖି ଉକ୍ତ ବ୍ୟାଗ ଖୋଲିଥିଲେ । ସେଥିରେ ପ୍ରାୟ ୯ ଲକ୍ଷ ଟଙ୍କା ଥିବାର ଦେଖି ଥିଲେ। ଏତେ ପରିମାଣର ଟଙ୍କା ଦେଖି ତାଙ୍କ ପାଖ ରେ ଥିବା ମୋବାଇଲ ଫୋନ ଦ୍ଵାରା ତାଙ୍କ ପାରିବାର ଓ କିଶନନଗର ପୋଲିସ ର ସହାୟତା ନେଇଥିଲେ। ଉକ୍ତ ବ୍ୟକ୍ତି ହେଲେ ଜଗତସିଂପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳର ଗୋପୀନାଥ ସାହୁ।ପରେ ତାଙ୍କ ସମସ୍ତ ଟଙ୍କା ତାଙ୍କ ପରିବାର ଲୋକଙ୍କୁ ଫେରାଇ ଦେଇଥିଲେ। ଏହି ଭଳି ଘଟଣା ସାଧାରଣରେ ଜୋର ଚର୍ଚ୍ଚା ଧରିବା ସହ ବିଳାସ ମଲିକ ଙ୍କୁ ଅଭିନନ୍ଦନ ବାର୍ତ୍ତାର ସୁଅ ଛୁଟୁଛି। ଏହି ମହାନ କାମ କରିବା ପରେ ବିଳାସ ମଲିକ ନିଜକୁ ବହୁତ୍ ଗର୍ବ ଅନୁଭବ କରିଥିବା କହିଛନ୍ତି। ଓଡ଼ିଶା ସମାଚାର
Check Also
ଆଦର୍ଶ ଶିକ୍ଷକ ଙ୍କ ଏକାଦଶାହ ରେ ଗଭୀର ଶ୍ରଦ୍ଧାଞ୍ଜଳି
ନିଶ୍ଚିନ୍ତକୋଇଲି ,୧୯/୦୫/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଛାତ୍ର ବତ୍ସଳ ଆଦର୍ଶ ଶିକ୍ଷକ ରବୀନ୍ଦ୍ର ନାଥ ସ୍ୱାଇଁ ଙ୍କ ଏକାଦଶାହ …