Saturday , April 1 2023
Breaking News
Home / ତାଜା ଖବର / ଭିଜିଲାନ୍ସ ଜାଲରେ କୋଟିପତି ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ କୋଟିପତି ଯନ୍ତ୍ରୀ

ବ୍ରହ୍ମପୁର,୦୩/୦୩/୨୦୨୧(ଓଡ଼ିଶା ସମାଚାର)- କୋଟିପତି ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ । ତାଙ୍କ ନାଁରେ ୬୬ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ରହିଥିବା ବେଳେ ଜଣେ ସମ୍ପର୍କୀୟଙ୍କ ଘରୁ ନଗଦ ୫୯ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ । ଏହି କୋଟିପତି ଯନ୍ତ୍ରୀ ଜଣକ ଗଜପତି ଜିଲ୍ଲା ରାୟଗଡ ବ୍ଲକରେ କାର୍ଯ୍ୟରତ ଅଛନ୍ତି । ତାଙ୍କ ନାଁ ହେଉଛି କେ.ନାଗେଶ୍ୱର ସେନାପତି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ପାରଳାଖେମୁଣ୍ଡି ଓ ବ୍ରହ୍ମପୁର ଭିଜିଲାନ୍ସ ର ମିଳିତ ଟିମ୍ କେ.ନାଗେଶ୍ୱର ସେନାପତିଙ୍କ ଘରେ ଚଢଉ କରିଥିଲା । ଭିଜିଲାନ୍ସ ବିଭାଗର ୬ଟି ଟିମ ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ବିହାର ଠାରେ କେ.ନାଗେଶ୍ୱର ସେନାପତୀଙ୍କ ବସଭବନ, ବ୍ରହ୍ମପୁର ସ୍ଥିତ ସଳାଘର, ଆସିକା ସ୍ଥିତ ପୈତୃକ ବାସ ଭବନ, ରାୟଗଡ଼ ଅଫିସ ଓ ଛଅମାଇଲଠାରେ ପାର୍ଟନରସିପ୍ ରେ ଚାଲିଥିବା ଇଟା ଫ୍ୟାକ୍ଟ୍ରୀରେ ଚଢଉ କରିଥିଲା । ଭିଜିଲାନ୍ସ ଯନ୍ତ୍ରୀଙ୍କଠାରୁ ୨ କୋଟିରୁ ଅଧିକ ମୂଲ୍ୟର ସମ୍ପତିି ଠାବ କରିଛି । ଯନ୍ତ୍ରୀଙ୍କ ଜଣେ ସମ୍ପର୍କୀୟଙ୍କ ଘରୁ ନଗଦ ୫୯ ଲକ୍ଷ ଟଙ୍କା ଜବତ ହୋଇଛି । ତାଙ୍କ ନାଁରେ ଥିବା ୬୬ ଲକ୍ଷର ବ୍ୟାଙ୍କ ଜମା ମଧ୍ୟ ଠାବ କରାଯାଇଛି । ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଚଢଉ ଜାରି ରହିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.