Saturday , March 25 2023
Breaking News
Home / ବିଶେଷ / ବିଦେଶୀ ମଦ ସହ ଅଟୋ ଜବତ : ଡ୍ରାଇଭର ସହ ତିନି ଜଣ ଗିରଫ

ବିଦେଶୀ ମଦ ସହ ଅଟୋ ଜବତ : ଡ୍ରାଇଭର ସହ ତିନି ଜଣ ଗିରଫ

ବାଲିଗୁଡା, ୦୩/୦୩/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପକ୍ଷରୁ ବାଲିଗୁଡା ଠାରୁ ବାରଖମା ରାସ୍ତାରେ ପୁଲିସ ବିଭାଗ ତରଫରୁ ପାଟ୍ରୋଲିଂ କରୁଥିବା ସମୟରେ ବାରଖମା ରାସ୍ତାରେ ଏକ ଅଟୋ ନଂ. ଓଡ଼ି-୧୨-୯୪୨୫ କୁ ଯାଞ୍ଚ କରିଥିଲେ । ସେଥିରୁ ୧୯୨ ବୋତଲ ବିଅର ଓ ନିପ୍ ବିଦେଶି ମଦ ବାହାରିଥିଲା । ଯାହାର ଓଜନ ୪୯.୫୦୦ ଲିଟର ବୋଲି ଜଣାପଡିଛି । ଏହି ବିଦେଶୀ ମଦ ବାଲିଗୁଡ଼ା ରୁ ବାରଖମା ଯାଉଥିଲା । ଅଟୋ କୁ ଜବତ କରିବାସହ ୩ଜଣଙ୍କୁ ଗିରଫ କରିଥିଲେ । ଗିରଫ ବ୍ୟକ୍ତି ମାନେ ହେଲେ ଜୁନାଗାଁର ପୀତବାସ ସାହୁ, ବାରଖମାର ପଙ୍କଜ ନାୟକ,ଓ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ନାମରେ ଏକ ମାମଲା ନଂ.୪୩/୨୧ ରୁଜୁ କରି କୋର୍ଟ ଚାଲାଣ କରିଥିବା ନେଇ ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି । ଓଡିଶା ସମାଚାର

 

 

Leave a Reply

Your email address will not be published.