ନିରାକାରପୁର ୦୩/୦୩/୨୦୨୧(ଓଡ଼ିଶା ସମାଚାର)- ବିଜେପି ରାଜ୍ୟସଭାପତି ଶ୍ରୀ ସମୀର ମାହାନ୍ତିଙ୍କ ନେତୃତ୍ୱରେ ଆଜି ରାଜ୍ୟ ବିଜେପିର ଏକ ପ୍ରତିନିଧିମଣ୍ଡଳୀ ଆସିକା ଗ୍ରାସ୍ତ ଯାଉଥିବା ବେଳେ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ବିଜେପି ତରଫରୁ ମଳିପଡା ଠାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ କାଳୁ କାଳୁ ଖଣ୍ଡଇତରାୟଙ୍କ ନେତୃତ୍ୱରେ ଶତାଧିକ କର୍ମୀଙ୍କ ଗ୍ରହଣରେ ସ୍ୱାଗତ ସମ୍ବର୍ଦ୍ଧାନା ଦିଆଯାଇଥିଲା । ଦକ୍ଷୀଣ ମଣ୍ଡଳ ସଭାପତି ସୀତାରମା ରାଉତରାୟ, ନିରାକାରପୁର ମଣ୍ଡଳ ସଭାପତି ଆଲୋକ ରଂଜନ ଛୋଟରାୟ,ବଡପୋଖରୀଆ ମଣ୍ଡଳ ସଭାପତି ବିପିନି କୁମାର ପାଲଟାସିଂହ, ଓବିସି ମୋର୍ଚ୍ଚା ରାଜ୍ୟ ସଂପାଦକ କେଳୁ ଜଗଦେବ, କୃଷକମୋର୍ଚ୍ଚା ରଜ୍ୟ ଉପସଭାପତି ଶ୍ରୀରଂଜନ ମଙ୍ଗରାଜ, ଯୁବନେତା ଲକ୍ଷ୍ମୀକାନ୍ତ ମିଶ୍ର, ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ଆଶିଷ କୁମାର ବରିଶଲ, ପ୍ରମୁଖ ସଂଯୋଜନାରେ ଆୟୋଜିତ ଉକ୍ତ ସମ୍ବର୍ଦ୍ଧନାରେ ରାଜ୍ୟ ସଧାରଣ ସଂପାଦିକା ଲେଖାଶ୍ରୀ ସାମାନ୍ତସିଂହାର, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ,କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ଓ ରାଜ୍ୟ କାର୍ଯ୍ୟକଲାରିଣୀ ସଦସ୍ୟ ମହେଶ୍ ମାହାନ୍ତି ପ୍ରମୁଖକଙ୍କୁ ସ୍ୱାଗତ କରାଯାଇଥିଲା ।ଏହି ଅବସରରେ ମଳିପଡା ଛକରେ ଚା ଦୋକାନୀ ଇନ୍ଦ୍ରମଣୀ ବେହେରାଙ୍କ ଚା ଦୋକାନରେ ରାଜ୍ୟ ସଭାପତି ଶ୍ରୀ ମାହାନ୍ତି ଚା ପିଇବା ସହ ସ୍ଥାନୀୟ ଜନସାଧାରଣଙ୍କ ସହିତ କେନ୍ଦ୍ର ସରକାର ପଂଚାୟତକୁ ଦେଉଥିବା ଅନୁଦାନ ଏବଂ ବିକାଶ ମୂଳକ କାର୍ଯ୍ୟକ୍ରମ ସଂପର୍କରେ ଚର୍ଚ୍ଚା ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମିତି ସଭ୍ୟ ଅମରେନ୍ଦ୍ର ବଳିଆରସିଂହ,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ କାଳୁ ଜଗଦେବ, ପୂର୍ବତନ ସରପଂଚ ଜୟକୃଷ୍ଣ ପ୍ରଧାନ, ଯୁବନେତା କିଶୋର ବରାଳ,ବିଷ୍ଣୁପ୍ରସାଦ ବଳିଆରସିଂହ,ଶୁଭଜିତ୍ ମଙ୍ଗରାଜ,ଚିତରଂଜନ ଭୋଳ,ପ୍ରସନ୍ନ ଦାଶ୍,ମନୋଜ ବୈରିଗଂଜନ, ଗୋପବନ୍ଧୁ ହରିଚନ୍ଦନ, ପ୍ରଫୁଲ୍ଲ ଖଣ୍ଡଇତରାୟ, ବିଜୟ କୁମାର ପାଇକେରାୟ, ଜୟକୃଷ୍ଣ ଦାଶ୍, ସ୍ଥାନୀୟ କବିପ୍ରଶନ୍ନ ପାଟ୍ଟଶାଣୀଆଂଚଳିକ ମହାବିଦ୍ୟାଳୟର ଛାତ୍ରୀଛାତ୍ରୀ ମାନେ ରାଜ୍ୟ ସଭାପତିଙ୍କୁ ପୁପ୍ପଗୁଚ୍ଛ ଉତରୀୟ ଦେଇ ସ୍ୱାଗତ କରିଥିଲେ । ଓଡ଼ିଶା ସମାଚାର